ଚାମେଲି ଓଝାଙ୍କୁ ସମର୍ଥନ କରି ସରପଞ୍ଚ ମହାସଂଘର ବିକ୍ଷୋଭ

0

ଓଡ଼ିଆ ନ୍ୟୁଜ୍: କେନ୍ଦ୍ରାପଡା ଜିଲ୍ଲା ତିଖିରି ପଂଚାୟତର ମହିଳା ସରପଂଚ ଚାମେଲି ଓଝାଙ୍କ ପ୍ରତି ହୋଇଥିବା ଅମାନୁଷିକ କାର୍ଯ୍ୟକଳାପକୁ ବିରୋଧ କରି ଓଡିଶା ସରପଂଚ ମହାସଂଘର ଆହ୍ୱାନ କ୍ରମେ ଗୁରୁବାର ଗଞ୍ଜାମ ଜିଲ୍ଲା ସରପଂଚ ମହାସଂଘ ପକ୍ଷରୁ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜିଲ୍ଲାପାଳ ଦେବଦତ୍ତ ପଣ୍ଡାଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ।

ତିଖିରି ପଂଚାୟତର ଉନ୍ନୟନ ମୂଳକ କାର୍ଯ୍ୟ ସମ୍ବଦ୍ଧରେ ଆଲୋଚନା କରିବା ପାଇଁ ବ୍ଲକ କାର୍ଯ୍ୟାଳୟକୁ ମହିଳା ସରପଂଚ ଆସିଥିବା ବେଳେ ମହାକାଳପଡା ବିଡିଓ ତାଙ୍କ ବିରୋଧରେ ଚକ୍ରାନ୍ତ ଏବଂ ମିଥ୍ୟା ଅଭିଯୋଗ କରି ଦୁର୍ବ୍ୟବହାର ପ୍ରଦର୍ଶନକୁ ସେମାନେ ବିରୋଧ କରିଛନ୍ତି। ପରେ ତାଙ୍କ ବିରୋଧରେ ମିଥ୍ୟା ମକଦ୍ଦମା ଲଗାଇ ତାଙ୍କୁ ଥାନା ପରିସରକୁ ନିଆଯାଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ଥାନାଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେମାନେ ଦାବି କରିଛନ୍ତି। ତାଙ୍କୁ ମାନସିକ ଓ ଶାରିରୀକ ନିର୍ଯାତନା କରାଯାଇଥିବାରୁ ସେ ଏବେ ମେଡିକାଲରେ ଶର୍ଯ୍ୟାଶାୟୀ।

ଏଣୁ ଉକ୍ତ ଘଟଣାର ନ୍ୟାୟିକ ତଦନ୍ତ କରାଯାଇ ଦୋଷୀଙ୍କୁ ଉପଯୁକ୍ତ ଦଣ୍ଡ ପ୍ରଦାନ କରିବା ସହିତ ତାଙ୍କୁ ନ୍ୟାୟ ପ୍ରଦାନ କରିବା, ମହାକାଳପଡା ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କ ଦପ୍ତର ଓ ମହାକାଳପଡା ଥାନାର ସିସିଟିଭି ଓ ଚାମେଲି ଓଝାଙ୍କ ମୋବାଇଲରେ ରେକର୍ଡ ହୋଇଥିବା ସମସ୍ତ ବିଷୟକୁ ବିଧିବଦ୍ଧ ଭାବେ ସର୍ବ ସମ୍ମୁଖକୁ ଅଣାଯିବା ଓ ତାଙ୍କ ବିରୁଦ୍ଧରେ ମହାକାଳପଡା ବିଡିଓ ଓ ପୋଲିସ୍ ପକ୍ଷରୁ କରାଯାଇଥିବା ମିଥ୍ୟା ମକଦ୍ଦମାକୁ ପ୍ରତ୍ୟାହାର କରାଯାଇ ତାଙ୍କୁ ସସମ୍ମାନେ ନିର୍ଦ୍ଦୋଶରେ ଖଲାସ କରିବା ପାଇଁ ସେମାନେ ଦାବି କରିଛନ୍ତି। ଲୋକଙ୍କ ସରକାରରେ ବୃଦ୍ଧବୃଦ୍ଧା ମାନେ ଦୀର୍ଘ ଦିନ ଧରି ଭତ୍ତା ପାଇ ନାହାନ୍ତି, ଅନଲାଇନ ମାଧ୍ୟମରେ ଆବେଦନ କରିଥିଲେ ବି ସେମାନଙ୍କ କୌଣସି କାର୍ଯ୍ୟ ହେଉନାହିଁ।

ଏହାକୁ ନେଇ ବିଡିଓଙ୍କ ସହ ଆଲୋଚନା କରିବାକୁ ଯିବା ସମୟରେ ଜନ ପ୍ରତିନିଧିମାନଙ୍କୁ ଏଭଳି ଦୁର୍ବ୍ୟବହାରକୁ ଗଞ୍ଜାମ ଜିଲ୍ଲା ସରପଂଚ ମହାସଂଘ ପକ୍ଷରୁ ଦୃଢ ନିନ୍ଦା କରାଯାଇଛି । ଗଞ୍ଜାମ ଜିଲ୍ଲା ସରପଂଚ ମହାସଂଘର ସଭାପତି ମନୋରଞ୍ଜନ ଗୌଡଙ୍କ ନେତୃତ୍ୱରେ ବହୁ ପଂଚାୟତର ସରପଂଚମାନେ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରପଞ୍ଚମାନେ ହେଉଛନ୍ତି ପଂଚାୟତ ଜିଲ୍ଲାପାଳ। ମାତ୍ର ଜନପ୍ରତିନିଧି ଙ୍କୁ ଅଣଦେଖା ସହିତ ଜାଣି ଶୁଣି ବିଭିନ୍ନ ସମୟରେ ଆକ୍ରୋଶ କରାଯାଉଛି। ତାହାକୁ ନେଇ ବହୁ ସରପଞ୍ଚମାନେ ନିନ୍ଦା କରିଥିଲେ।

Leave A Reply

Your email address will not be published.