ସରିଲା କାଳବୈଶାଖୀ, ବଢ଼ିଲା ତାପମାତ୍ରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଳବୈଶାଖୀ ବର୍ଷା ପରେ ସାରା ରାଜ୍ୟରେ ତାପମାତ୍ରା ପୁଣିଥରେ ବୃଦ୍ଧି ପାଇଛି । ଆମେରିକୀୟ ପାଣିପାଗ ବିଶେଷଜ୍ଞଙ୍କ ମତରେ ଚଳିତ ବର୍ଷ ହୋଲିରେ 40 ଡିଗ୍ରୀ ତାପମାତ୍ରା ବୃଦ୍ଧି ପାଇବ। 1970 ମସିହାରୁ ଲଗାତାର ଭାବେ କରାଯାଉଥିବା ଏହି ଅଧ୍ୟୟନ ଅନୁସାରେ ମାର୍ଚ୍ଚ ମାସ ଶେଷ ସୁଦ୍ଧା 40ଡିଗ୍ରୀ ତାପମାତ୍ରା ରହିଥାଏ | ଭାରତର 9 ରାଜ୍ୟର ତାପମାତ୍ରା 40 ଡିଗ୍ରୀ ଛୁଇଁଥିବା ବିଶେଷଜ୍ଞମାନେ କହିଛନ୍ତି । ତେବେ ଜଳବାୟୁ ପରିବର୍ତ୍ତନ ଲାଗି ପ୍ରବଳ ତାତି ଅନୁଭୂତ ହେବ ବୋଲି ଏହି ରିପୋର୍ଟରେ କୁହାଯାଇଛି ।

ତେବେ ୨୫ ତାରିଖରେ ଉତ୍ତର ଓ ଉପକୂଳ ଓଡ଼ିଶାରେ କୋହଲା ପାଗ ରହିବ । ୨୬ ତାରିଖଠାରୁ ପୁଣିଥରେ ତାତି ଉପରମୁହାଁ ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆକଳନ କରାଯାଇଛି । ମାର୍ଚ୍ଚ ଶେଷ ବେଳକୁ ତାପମାତ୍ରା ୪୦ ଡିଗ୍ରୀ ଛୁଇଁବା ସମ୍ଭାବନା ରହିଛି । ତାତି ବଢ଼ିବା ନେଇ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୩ ଦିନ ମଧ୍ୟରେ ତାପମାତ୍ରା ୮ରୁ ୧୦ ଡିଗ୍ରୀ ବୃଦ୍ଧି ସମ୍ଭାବନା ଥିବା କୁହାଯାଇଛି । ମାର୍ଚ୍ଚ ଶେଷ ବେଳକୁ ଆଭ୍ୟନ୍ତର ଓ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୦ ଛୁଇଁପାରେ । କାଳବୈଶାଖୀ ଯୋଗୁ ଖସିଥିବା ତାପମାତ୍ରା ପୁଣି ଉପରକୁ ଉଠିବ । ଫଳରେ ରାଜ୍ୟକୁ ପୁଣି ଫେରିବ ଗ୍ରୀଷ୍ମ ପ୍ରବାହ । ଅନ୍ୟପଟେ ଘନ କୁହୁଡ଼ିରେ ଘୋଡ଼ାଇ ହୋଇଛି ଢେଙ୍କାନାଳ ସହର ।

ଆଜି ସକାଳୁ ପୁରା ସହରରେ କୁହୁଡ଼ିର ଘନ ଆସ୍ତରଣ ଦେଖିବାକୁ ମିଳିଥିଲା । ସ୍ଥିତି ଏଭଳି ଥିଲା ଯେ ୧୦୦ମିଟର ଆଗକୁ କିଛି ବି ଦୃଶ୍ୟମାନ ହେଉନଥିଲା । ଏଥିପାଇଁ ଯାତାୟତରେ ଅସୁବିଧା ଦେଖାଦେଇଥିଲା । ରାସ୍ତାଘାଟରେ ଗାଡିଚାଳକ ଲାଇଟ ଲଗାଇ ଗାଡି ଚଳାଉଥିବା ଦେଖିବାକୁ ମିଳିଥିଲା । ୫୫ ନମ୍ବର ଜାତୀୟ ରାଜପଥରେ ଘନ କୁହୁଡି ପାଇଁ ଗାଡି ଚଳାଚ଼ଳ ବାଧାପ୍ରାପ୍ତ ହୋଇଛି I ଢେଙ୍କାନାଳ ସହର ସମେତ ଆଖପାଖ ଅଞ୍ଚଳରେ ଏଭଳି ଘନକୁହୁଡି ଦେଖିବାକୁ ମିଳିଛି ।

Leave A Reply

Your email address will not be published.