୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆସନ୍ତା ୧୨ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଶିମିଳିପାଳ ଅଭୟାରଣ୍ୟ ବନ୍ଦ ରହିବ। ଆସନ୍ତା୧୨ ତାରିଖରୁ ସେପ୍ଟେମ୍ବର ୩୦ ତାରିଖ ପର୍ଯ୍ୟନ୍ତ ଶିମିଳିପାଳ ଟାଇଗର ରିଜର୍ଭ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ।

ଏନେଇ ଅଭୟାରଣ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ନୋଟିସ ଜାରି କରାଯାଇଛି। ବର୍ଷା ଋତୁ ଆସୁଥିବାରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବନ୍ଦ ନିଷ୍ପତ୍ତି ନିଆଯାଇଛି। ବର୍ଷା ଋତୁ ଆଗମନ ହେଉଥିବା କାରଣରୁ ପର୍ଯ୍ୟଟକଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଶିମିଳିପାଳ ଟାଇଗର ରିଜର୍ଭକୁ ବନ୍ଦ ପାଇଁ ନୋଟିସ ଜାରି କରାଯାଇଛି।

ଅନ୍ୟପକ୍ଷରେ ଶିମିଳିପାଳ ଟାଇଗର ରିଜର୍ଭ ବନ୍ଦ ନେଇ ଘୋଷଣା କରାଯାଇଥିଲେ ମଧ୍ୟ ଅଭୟାରଣ୍ୟ ମଧ୍ୟରେ ଥିବା ଜାମୁଆଣି, ଗୁରୁଗୁଡ଼ିଆ, କୁଁମାରୀ ଏବଂ ରାମତୀର୍ଥ ଇକୋ ଟୁରିଜିମ ଖୋଲା ରହିବ ବୋଲି ଅଭୟାରଣ୍ୟ କର୍ତ୍ତୃପକ୍ଷ ନୋଟିସ ମାଧ୍ୟମରେ ସୂଚନା ଦେଇଛନ୍ତି।

 

Leave A Reply

Your email address will not be published.