ବାପା ଗାଳିଦେବାରୁ ପୁଅର ଆତ୍ମହତ୍ୟା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବାପା ଗାଳିଦେବାରୁ ପୁଅର ଆତ୍ମହତ୍ୟା | ବଲେଶ୍ୱର ଜିଲ୍ଲା ବାହାନଗା ବ୍ଲକ ଆଟପୁର ପଞ୍ଚାୟତ ହଂଶୀପଟଣା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି।ଜଣେ ଯୁକ୍ତ ୨ରେ ପଢ଼ୁଥିବା ଜଣେ ଛାତ୍ରଙ୍କୁ ତାଙ୍କ ବାପା ତାଗିତ କରିବାରୁ ଛାତ୍ର ଜଣଙ୍କ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ମୃତକ ହେଲେ ୧୭ ବର୍ଷିୟ ଗୌତମ ଲେଙ୍କା।

ସୂଚନା ଅନୁସାରେ ପାଠ ପଢିବାରେ ଅବହେଳା କରୁଥିବାରୁ ଗୌତମକୁ ଆଜି ତାଙ୍କ ବାପା ପାଠ ପଢିବାକୁ ନେଇ ତାଗିତ କରିବା ସହିତ ଗାଳିଗୁଲଜ କରିଥିଲେ। ଏଥିରେ ଗୈ।ତମ ମାନସିକ ଭାରସାମ୍ୟ ହରାଇ ଘର ନିକଟରେ ଥିବା ଏକ ଗଛରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥାଇ ପାରେ ବୋଲି ଅନୁମାନ କରାଯାଉଛି। ପରେ ତାଙ୍କ ବାପା ବାଡିପଟକୁ ଯାଇ ଗୌତମକୁ ଝୁଲୁଥିବା ଅବସ୍ଥାରେ ଦେଖି ତୁରନ୍ତ ଉଦ୍ଧାର କରି ସୋର ଡ଼ାକ୍ତରଖାନାକୁ ଆଣିଥିଲେ।

କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ସୋର ପୁଲିସ ଡାକ୍ତରଖନାରେ ପହଂଚି ୧୦/୨୪ ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହିତ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave A Reply

Your email address will not be published.