ହୋଇପାରିଲାନି ଶ୍ରୀଲିଙ୍ଗରାଜଙ୍କ ମଙ୍ଗନ, ଏଥିପାଇଁ ଦାୟୀ କିଏ?

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ଉତ୍କଳ ପ୍ରଦେଶର ଆରାଧ୍ୟ ବେବତା ଏକାମ୍ର କ୍ଷେତ୍ରର ମହାପ୍ରଭୁ ଲିଙ୍ଗରାଜ । ଶୁକ୍ରବାର ଥିଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହର ଅଦ୍ୟ ପର୍ବ ମଙ୍ଗଳକୃତ୍ୟ ବା ମଙ୍ଗନ । ବିଧି ମୁତାବକ ଏହି ନୀତି ମଧ୍ୟାହ୍ନ ସୁଦ୍ଧା ସମାପନ କରିବା କଥା । ହେଲେ ଶୁକ୍ରବାର ରାତି ସୁଦ୍ଧା ଏହା ସମ୍ପନ୍ନ ହୋଇ ପାରିଲା ନାହିଁ । ଫଳରେ ଅଭାବନୀୟ ଅବସ୍ଥା ଉପୁଜିଛି । ତେବେ ଏଥି ପାଇଁ ଦାୟୀ କିଏ ବୋଲି ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ପ୍ରଶାସନ ନା ସେବାୟତ କାହାର ମନମାନି ଯୋଗୁଁ ମହାପ୍ରଭୁଙ୍କ ନୀତିକାନ୍ତିରେ ମଙ୍ଗନ ଭଳି ଏତେ ବଡ଼ କାର୍ଯ୍ୟରେ ବ୍ୟତୀକ୍ରମ ଦେଖାଦେଲା । ଗୋଟପଟେ ସେବାୟତଙ୍କୁ ବୁଝାଇବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଚଳେଇଥିବା ବେଳେ ଅନ୍ୟପଟରେ ସେବାୟତଙ୍କର ପୂର୍ବରୁ ବିଭିନ୍ନ ଦାବି ସରକାର ପୂରଣ ନକରିଥିବାରୁ ସେମାନେ ଏକପ୍ରକାର ନଛୋଡ଼ବନ୍ଧା ପରିସ୍ଥିତିରେ ୍‌କିଛି ବୁଝିବାକୁ ନାରାଜ । ତେବେ ବୁଝାମଣା ସରିଲେ ବିଳମ୍ବିତ ରାତିରେ ମଙ୍ଗଳକୃତ୍ୟ ନୀତି ସମ୍ପନ୍ନ ହେବାର ଆଶା ରହିଛି ।

ଆଜି ଠାକୁରଙ୍କ ବିବାହ । ସେହିକ୍ରମରେ ଗତକାଲି ଠାକୁରାଣୀଙ୍କ ଦ୍ୱିପ୍ରହର ଧୂପ ପରଠାରୁ ମଙ୍ଗଳକୃତ୍ୟ ନୀତି ଆରମ୍ଭ ହେବା କଥା । କିନ୍ତୁ ଦ୍ୱିପହର ଧୂପଠାରୁ ସେବାୟତଗଣ ନୀତି ବର୍ଜନ କରିଛନ୍ତି । ଫଳରେ ଠାକୁରଙ୍କ ଅନ୍ନପ୍ରସାଦ ପ୍ରସ୍ତୁତ ହୋଇ ପାରିନାହିଁ । ସେବାୟତଙ୍କ ଦୀର୍ଘ ଦିନର ପୁରୁଣା ଦାବିକୁ ମନ୍ଦିର ଓ ଜିଲ୍ଲା ପ୍ରଶାସନ ଅଣଦେଖା କରୁଛନ୍ତି ବୋଲି ପୂଜାପଣ୍ଡା ଓ ବ୍ରାହ୍ମଣ ନିଯୋଗ ସମ୍ପାଦକ କହିଛନ୍ତି । । ଆମର ଦାବି ନ ମାନିଲେ ମହାପ୍ରଭୁ ଲିଙ୍ଗରାଜଙ୍କ ବାହାଘର ମଧ୍ୟ କରାଇ ଦିଆଯିବନି। ଏଭଳି ଚରମବାଣୀ ଶୁଣାଇଛି ବ୍ରାହ୍ମଣ ଓ ପୂଜାପଣ୍ଡା ନିଯୋଗ। ଏନେଇ ବ୍ରାହ୍ମଣ ନିଯୋଗ ସମ୍ପାଦକ ବିରଞ୍ଚି ନାରାୟଣ ପତି ସୂଚନା ଦେଇଛନ୍ତି। ଫଳରେ ମହାପ୍ରଭୁ ଲିଙ୍ଗରାଜଙ୍କ ଶୀତଳ ଷଷ୍ଠୀ ଯାତ୍ରା ହେବା ନେଇ ଅଶଙ୍କା ଉପୁଜିଛି।

Leave A Reply

Your email address will not be published.