ଏଣିକି ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ପିଲା

0

ଓଡ଼ିଆ ନ୍ୟୁଜ୍: ଏଣିକି ମଧ୍ୟାହ୍ନ ଭୋଜନରେ ସାମିଲ ହେବେ ନବମ ଓ ଦଶମ ଶ୍ରେଣୀ ପିଲା। ଏନେଇ ମଙ୍ଗଳବାର କଟକରେ ଏକ କାର୍ଯ୍ୟକ୍ରମରେ ଯୋଗଦେବା ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଘୋଷଣା କରିଛନ୍ତି। ପୂର୍ବରୁ ଅଷ୍ଟମ ଶ୍ରେଣୀ ଯାଏ କେବଳ ମଧ୍ୟାହ୍ନ ଭୋଜନ ମିଳୁଥିବା ବେଳେ ଏଥିରେ ଏବେ ଏହି ଦୁଇ ଶ୍ରେଣୀ ପିଲାମାନେ ସୁବିଧା ପାଇବେ।

ବିଦ୍ୟାଳୟରେ ପିଲା ମାନଙ୍କ ଉପସ୍ଥାନ ବୃଦ୍ଧି କରିବା ସହ ଛାତ୍ରଛାତ୍ରୀମାନେ ଯେଭଳି ପାଠରେ ଧ୍ୟାନ ଦେଇପାରିବେ ଏବଂ କୌଣସି ଛାତ୍ରଛାତ୍ରୀ ଯେପରି ଭୋକରେ ନରହିବେ ସେନେଇ ଏହି ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave A Reply

Your email address will not be published.