ଏଥର ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ

0

ଓଡ଼ିଆ ନ୍ୟୁଜ୍: ଏଥର ରାତି ୧୦ଟାରେ ଉଠିବ ପ୍ରଭୁ ଲିଙ୍ଗରାଜଙ୍କ ମହାଦୀପ। ଚଳିତବର୍ଷ ଫେବୃଆରୀ ୨୬ ତାରିଖରେ ପଡୁଛି ଜାଗର। ମହା ଆଡମ୍ବରରେ ପାଳନ କରିବାନେଇ ଏବେ ଠାରୁ ପ୍ରାୟ ସମସ୍ତ ଶୈବ ପୀଠରେ ଜାଗର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ତେବେ ମହାଶିବରାତ୍ରୀ ନେଇ ମଙ୍ଗଳବାର ଲିଙ୍ଗରାଜ ମନ୍ଦିର କାର୍ଯ୍ୟାଳୟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ଲିଙ୍ଗରାଜ ମନ୍ଦିରରେ ରାତି ୧୦ଟାରେ ମହାଦୀପ ଉଠିବ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ତାହା ଉପରେ ବୈଠକରେ ଗୁରୁତ୍ୱ ଦିଆଯାଇଛି। ବୈଠକରେ କିଭଳି ଶାନ୍ତିପୂର୍ଣ୍ଣ ଭାବେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତି ସମ୍ପନ୍ନ ହେବା, ଠିକ୍ ସମୟରେ ମହାଦୀପ ଉଠିବା ଉପରେ ଗୁରୁତ୍ବ ଦେବା ସହ ଟ୍ରାଫିକ୍ ସୁପରିଚାଳନା, ପାଣି ଓ ବିଦ୍ୟୁତ୍ ବ୍ୟବସ୍ଥା, ଶୃଙ୍ଖଳିତ ଦର୍ଶନ ଆଦି ବିଷୟ ଉପରେ ବ୍ୟାପକ ଆଲୋଚନା ହୋଇଥିଲା।

ପୂର୍ବରୁ ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ ବୋଲି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଥିଲେ। ନୂଆ ଆଇନ ପାଇଁ କେନ୍ଦ୍ର ସରକାର ଯେଉଁ ସ୍ପଷ୍ଟୀକରଣ ମାଗିଥିଲେ, ତାହା ପ୍ରସ୍ତୁତ ହୋଇ ସାରିଛି । ଖୁବ୍‌ଶୀଘ୍ର ଲିଙ୍ଗରାଜ ମନ୍ଦିର ପାଇଁ ସ୍ୱତନ୍ତ୍ର ଆଇନ ଆସିବ।

Leave A Reply

Your email address will not be published.