ଭଞ୍ଜନଗର ପୋଲିସକୁ ସଫଳତା: ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ

0

ଓଡ଼ିଆ ନ୍ୟୁଜ୍: ଭଞ୍ଜନଗର ପୋଲିସକୁ ସଫଳତାରେ ଦୁଇଟି ମାମଲାରେ ୬ ଜଣଙ୍କୁ ଗିରଫ। ସେମାନଙ୍କ ଠାରୁ ଗୋଟିଏ ମାଉଜର, ଗୋଟିଏ ମାଗାଜିନ୍, ୨ ରାଉଣ୍ଡ ଗୁଳି, ୨ ଟି ବାଇକ୍, ଗୋଟିଏ କାର୍, ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ଜବତ କରାଯାଇଛି। କନ୍ଧମାଳରୁ ଗଞ୍ଜେଇ କାର ଯୋଗେ ବ୍ରହ୍ମପୁର ଚାଲାଣ ବେଳେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ଇନ୍ଦ୍ରଗଡର ବାପୁଜୀ ନାୟକ ଓ ସୁଶାନ୍ତ ମଲ୍ଲିକ। ସେମାନଙ୍କ ଠାରୁ ୩୫ କେଜି ୫୫୦ ଗ୍ରାମ ଗଞ୍ଜେଇ ସହ ଗୋଟିଏ କାର ଗାଡି ଜବତ କରାଯାଇଛି।

ସେହିଭଳି ଅନ୍ୟ ୪ ଅଭିଯୁକ୍ତ ଗତକାଲି ଭଞ୍ଜନଗର ଚକରା ବିଷୋୟୀ ଛକରେ ପୋଲିସ ଗାଡି ଦେଖି ଦ୍ରୁତ ଗତିରେ ଫେରାର ହୋଇ ଯାଇଥିଲେ। ପୋଲିସ ସେମାନଙ୍କୁ ପିଛା କରି କାବୁ କରିବାରେ ସଫଳ ହୋଇଛି ଭଞ୍ଜନଗର ପୋଲିସ। ଗିରଫ ୪ ଜଣ ଅଭିଯୁକ୍ତ ହେଲେ ଭୋଳା ନାହାକ, ଭାଗିରଥି ଗୌଡ, ବେଲାରସେନ୍ ସ୍ୱାଇଁ ଓ ବଂଶୀଧର ବିଷୋୟୀ।

Leave A Reply

Your email address will not be published.