GSAT-24 ସାଟେଲାଇଟର ସଫଳ ଉତକ୍ଷେପଣ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଇସ୍ରୋ ଦ୍ୱାରା ନିର୍ମିତ ଜିସାଟ୍ -୨୪ ସାଟେଲାଇଟର ହେଲା ସଫଳ ଉତକ୍ଷେପଣ । ନ୍ୟୁସ୍ପେସ୍ ଇଣ୍ଡିଆ ଲିମିଟେଡ୍ (ଏନସିଆଇଏଲ୍ ) ପାଇଁ ଗୁରୁବାର ଫ୍ରାନ୍ସର କମ୍ପାନୀ ଏରିଆନସ୍ପେସ୍ ଦକ୍ଷିଣ ଆମେରିକାର କୋରୁରୁ ଏହି ସାଟେଲାଇଟର ସଫଳ ଉତ୍‌କ୍ଷେପଣ କରିଛି।

ଏହି ସାଟେଲାଇଟର ସଫଳ ଉତ୍‌କ୍ଷେପଣ ଦ୍ୱାରା ଟାଟା କମ୍ପାନୀକୁ ବିଶେଷ ଲାଭ ମିଳିବ । କାରଣ ଇସ୍ରୋର କମର୍ସିଆଲ ବ୍ରାଞ୍ଚ ନ୍ୟୁସ୍ପେଶ୍ ଇଣ୍ଡିଆ ଲିମିଟେଡ୍(ଏନଏସଆଇଏଲ) ଜିସ୍ୟାଟ୍-୨୪ ଉପଗ୍ରହକୁ ଟାଟା-ପ୍ଲେକୁ ଲିଜରେ ଦେଇଛି । ଜିସାଟ୍ -୨୪ ହେଉଛି ୪୧୮୦ କିଲୋଗ୍ରାମ ଓଜନର ଏକ ୨୪-କୁ ବ୍ୟାଣ୍ଡ ଯୋଗାଯୋଗ ଉପଗ୍ରହ , ଯାହା ଡିଟିଏଚ୍ ଆବଶ୍ୟକତାକୁ ପୂରଣ କରିବାକୁ ଉଦ୍ଦିଷ୍ଟ । ଏହା ମହାକାଶରେ ୧୫ ବର୍ଷ ଯାଏଁ କାର‌୍ୟ୍ୟକ୍ଷମ ରହିବ । ଏହି ଉପଗ୍ରହ ଜରିଆରେ ଟାଟା କମ୍ପାନୀ ସବୁଠୁ ଭଲ ଓ ଉଚ୍ଚ ମାନର ଡିଟିଏଚ ସେବା ଯୋଗାଇପାରିବ ।

Leave A Reply

Your email address will not be published.