ବହୁ ଚର୍ଚ୍ଚିତ ଟୁଙ୍ଗର ଭୋଳ ଓ ବର୍ଷାଙ୍କ ପ୍ରେମ ବିବାଦ: ବାହା ହେବେନି କିନ୍ତୁ ପୂର୍ବଭଳି ସମ୍ପର୍କରେ ରହିବେ ପ୍ରେମୀଯୁଗଳ

0

ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍‌): ବହୁ ଚର୍ଚ୍ଚିତ ଟୁଙ୍ଗର ଭୋଳ ଓ ବର୍ଷାଙ୍କ ଲଭ ମିଷ୍ଟୀର ଦ ଏଣ୍ଡ ହୋଇଛି । ବାହା ହେବାକୁ ବାରଣ କରୁଥିବା ଟୁଙ୍ଗୁୁରୁଙ୍କ କଥାକୁ ମାନିନେଇଛନ୍ତି ପ୍ରେମିକା ବର୍ଷା। ସ୍ୱାମୀ ଓ ୨ପିଲାଙ୍କୁ ଛାଡି ଥାନାରେ ଟୁଙ୍ଗୁରୁକୁ ବାହା ହେବାକୁ ଜିଦ୍ ଧରିଥିବା ମହିଳା ପୋଲିସ ସାମ୍ନାରେ ଟୁଙ୍ଗୁରୁଙ୍କ କଥାକୁ ସ୍ୱୀକାର କରିନେଇଛି । ବାହା ହେବେନିଟ୍ଟ କିନ୍ତୁ ପୂର୍ବ ଭଳି ପ୍ରେମ ସମ୍ପର୍କ ରଖିବେ ବୋଲି ଟୁଙ୍ଗୁର ତାଙ୍କୁ ପ୍ରତିଶ୍ରୁତି ଦେବା ପରେ ସେ ଥାନାରୁ ଯାଇଛନ୍ତି । କାରଣ ସେ ଗୋଟେ ସ୍ୱାମୀ ହରେଇଛନ୍ତି ଆଉ ଗୋଟେ ସ୍ୱାମୀଙ୍କୁ ହରେଇବାକୁ ଚାହୁଁ ନାହାନ୍ତି । ପ୍ରେମୀ ଯୁଗଳଙ୍କ ଏହି ଅଜବ ନିଷ୍ପତ୍ତିରେ ପୁଲିସ ବି ଏକରକମ ନିସ୍ତାର ପାଇଛି ।

ଖଣ୍ଡଗିରି ଶରଧାପଲ୍ଲୀ ବସ୍ତିରେ ରହୁଥିବା ବର୍ଷା ନାମ୍ନୀ ବିବାହିତା ମହିଳା ସୋମବାର ଭରତପୁର ଥାନାରେ ପହଞ୍ଚିଥିଲେ । ପ୍ରେମିକ ଟୁଙ୍ଗୁରୁକୁ ବିବାହ କରିବାକୁ ଜିଦ୍ କରି ହାତରେ ଶଙ୍ଖାସିନ୍ଦୁର ଓ ଫୁଲମାଳ ଧରି ଥାନା ବାରଣ୍ଡାରେ ବସି ରହିଲେ । ପୁଲିସ୍ ଘଟଣାର ଛାନ୍ଭିନ୍ କରି ଜାଣିବାକୁ ପାଇଥିଲା ମହିଳାଙ୍କର ସ୍ୱାମୀ ଓ ୨ ପୁଅ ଅଛନ୍ତି । ସେ ଅଢ଼େଇ ବର୍ଷ ତଳେ ରୋଗରେ ପଡ଼ି ପାତ୍ରପଡ଼ା ଫୁଲେଶ୍ୱରୀ ବସ୍ତିରେ ରହୁଥିବା ଟୁଙ୍ଗୁରୁ ଓରଫ ଆଲୋକ ଭୋଳଙ୍କ ଅଟୋ ଭଡ଼ା କରି ଏମସ୍ ହସ୍ପିଟାଲ ଯାଇଥିଲେ । ସେତେବେଳେ ଟୁଙ୍ଗୁରୁଙ୍କ ଫୋନ୍ ନମ୍ବର ଆଣିଥିଲେ । ଧୀରେ ଧୀରେ ସେମାନଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ପ୍ରେମ ସଂପର୍କ ଏତେ ନିବିଡ଼ ହୋଇ ଯାଇଥିଲା ଯେ ସ୍ୱାମୀ ପିଲାଙ୍କୁ ଛାଡି ଦେଇଥିଲେ ମହିଳା ଜଣଙ୍କ। ହେଲେ ଟୁଙ୍ଗୁରୁ ତାଙ୍କୁ ବାହା ଦେବାକୁ ମନା କରିଦେବାରୁ କିଛି ଉପାୟ ନ ପାଇ ଥାନାକୁ ଆସିଥିଲେ । ଶେଷରେ ଥାନାରେ ପହଞ୍ଚିଲା ଟୁଙ୍ଗୁରୁ । ମହିଳା ଜଣଙ୍କ ଟୁଙ୍ଗୁରୁକୁ ଥାନାରେ ଦେଖିବା ପରେ କାନ୍ଦି ପକାଇଥିଲେ। ଆଉ ପୁଲିସ୍ କହିଥିଲେ, ତ’ ବିରୋଧରେ କୌଣସି କେସ୍ କରନ୍ତୁ ନାହିଁ । ମୁଁ ଗୋଟି ସ୍ୱାମୀ ହରାଇଛିଟ୍ଟ ତାଙ୍କୁ ହରେଇବାକୁ ଚାହୁଁନାହିଁ । ସେ ବାହା ନହେଲେ ବି ମୋ.. ହଁ ଟୁଙ୍ଗୁରୁ ମୋବଳ ବର୍ଷାର ।

Leave A Reply

Your email address will not be published.