ଓଡ଼ିଆ ନ୍ୟୁଜ୍: ଅଭିନେତା ଅଲ୍ଲୁ ଅର୍ଜୁନଙ୍କୁ ସମନ ଜାରି। ହାଇଦ୍ରାବାଦ କୋର୍ଟ ପକ୍ଷରୁ ସମନରେ ଅଭିନେତା ଅଲ୍ଲୁଙ୍କୁ ଆସନ୍ତା ୨୨ ତାରିଖରେ କୋର୍ଟରେ ହାଜର ହେବାକୁ କୁହାଯାଇଛି। ଦଳାଚକଟା ମାମଲାରେ ହାଇଦ୍ରାବାଦ କୋର୍ଟ ପକ୍ଷରୁ ଏହି ସମନ ଜାରି କରାଯାଇଛି। ସୂଚନା ଯୋଗ୍ୟ, ହାଇଦ୍ରାବାଦରେ ଫିଲ୍ମ ପୁଷ୍ପା-୨ର ପ୍ରିମିୟର ଶୋ’ ବେଳେ ଦଳାଚକଟା ହୋଇଥିଲା।
ଦଳଚକଟାରେ ଜଣେ ମହିଳା ପ୍ରାଣ ହରାଇଥିଲେ। ଏହି ମାମଲାରେ ୧୧ ନମ୍ବର ଅଭିଯୁକ୍ତ ଭାବେ ଅଲ୍ଲୁ ଅର୍ଜୁନଙ୍କ ନାଁ ରହିଛି।