ଓଡ଼ିଆ ନ୍ୟୁଜ୍: ଅଯୋଗ୍ୟ ରାସନ୍ କାର୍ଡଧାରୀଙ୍କୁ ଯୋଗାଣମନ୍ତ୍ରୀଙ୍କ ତାଗିଦ୍। ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍ତି ଯଦି କେହି ଅଯୋଗ୍ୟ ହିତାଧିକାରୀ ଅଛନ୍ତି, ତେବେ ତୁରନ୍ତ ସରେଣ୍ଡର କରିଯାଆନ୍ତୁ। ଯଦି ସରେଣ୍ଡର ନକରିବେ, ତାହାଲେ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
କାର୍ଡ ସରେଣ୍ଡର କଲେ କୌଣସି କାର୍ଯ୍ୟାନୁଷ୍ଠାନ ହେବନାହିଁ। ସାରା ରାଜ୍ୟରେ ଲକ୍ଷ ଲକ୍ଷ ଅଯୋଗ୍ୟ ହିତାଧିକାରୀ ଅଛନ୍ତି। ସେମାନଙ୍କ ମଧ୍ୟରେ କିଏ ସରକାରୀ ଚାକିରି କରିଛନ୍ତି ତ ଆଉ କିଏ ଡାକ୍ତର ଏବଂ ଶିକ୍ଷକ ପଦବୀରେ କାର୍ଯ୍ୟରତ ଅଛନ୍ତି। ସବୁ ପ୍ରକାର ଲୋକ ଅଛନ୍ତି। ତେଣୁ ମୁଁ ନିବେଦନ କରୁଛି ଇ-କେଓ୍ବାଇସି ସରିବା ପୂର୍ବରୁ ସରେଣ୍ଡର।