ବସ୍‌ରେ ଲାଗିଲା ନିଆଁ, ୪୦ ତୀର୍ଥଯାତ୍ରୀ ସୁରକ୍ଷିତ ଉଦ୍ଧାର

0

ଓଡ଼ିଆ ନ୍ୟୁଜ୍: ଭଦ୍ରକରୁ ପୁରୀ ଅଭିମୁଖେ ଯାଉଥିବା ତୀର୍ଥଯାତ୍ରୀ ବସ୍‌ରେ ଲାଗିଲା ନିଆଁ। ଅଳ୍ପକେ ବର୍ତ୍ତୀଲେ ୪୦ ତୀର୍ଥଯାତ୍ରୀମ। ଭଦ୍ରକ ୧୬ ନମ୍ୱର ଜାତୀୟ ରାଜପଥର ନାଲାଙ୍ଗ ଛକ ନିକଟରେ ପୁରୀ ଅଭିମୁଖେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ବସ୍‌ ପଛରେ ନିଆଁ ଲାଗିଯାଇଥିଲା।

ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା। ବସ୍‌କୁ ଅଟକ ରଖାଯାଇଥିବା ବେଳେ ଅନ୍ୟ ଏକ ବସ୍‌ରେ ୪୦ ଜଣ ତୀର୍ଥଯାତ୍ରୀଙ୍କୁ ଗନ୍ତବ୍ୟସ୍ଥଳ ଅଭିମୁଖେ ପଠାଯାଇଛି।

Leave A Reply

Your email address will not be published.