ନନ୍ଦନକାନନରେ ଛୁଆ ହାତୀର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବୁଧବାର ଦିନ ଚାଲିଗଲା ହାତୀ ଛୁଆର ଜୀବନ। ଗତ ୬ତାରିଖରେ କରଞ୍ଜିଆରୁ ଉଦ୍ଧାର ହୋଇଥିବା ଏହି ଛୁଆ ହାତକୁ ଚିକିତ୍ସା ପାଇଁ ନନ୍ଦନକାନନ ଅଣାଯାଇଥିଲା। ମାତ୍ର ଚିକିତ୍ସାଧୀନ ଅବସ୍ଥାରେ ହାତୀର ମୃତ୍ୟୁ ଘଟିଥିବା ନନ୍ଦନକାନନର ଉପନିର୍ଦ୍ଦେଶକ ସନଥ କୁମାର ନାରାୟଣ ସୂଚନା ଦେଇଛନ୍ତି। ହାତୀର ବୟସ ୫ ରୁ ୬ ବର୍ଷ ହେବ। କରଞ୍ଜିଆରୁ ଉଦ୍ଧାର ହୋଇଥିଲା ହାତୀ ଛୁଆ।

ଖାଦାନରେ ପଡ଼ିଯିବା ଫଳରେ ତା’ର ଅଣ୍ଟାରେ ଆଘାତ ଲାଗିଥିଲ। ଚଳିତ ମାସ ୬ ତାରିଖରେ ଚିକିତ୍ସା ପାଇଁ କରଞ୍ଜିଆରୁ ନନ୍ଦନକାନନ ଆସିଥିଲା ।ହାତୀ ଶାଳର ଏକ ସ୍ଵତନ୍ତ୍ର କୋଠରୀରେ ନନ୍ଦନକାନନ ଓ ଓୟୁଏଟି ପ୍ରାଣୀ ଚିକିତ୍ସକଙ୍କ ତତ୍ବାବଧାନରେ ହାତୀ ଛୁଆଟିକୁ କରାଯାଉଥିଲା ଚିକିତ୍ସା।

Leave A Reply

Your email address will not be published.