ଓଡ଼ିଆ ନ୍ୟୁଜ୍: ତାମିଲନାଡ଼ୁ ଗ୍ୟାସ୍ ଲିକ୍ ଦୁର୍ଘଟଣାରେ ଆଉ ଜଣେ ଓଡ଼ିଆ ସମେତ ମୃତ୍ୟ ସଂଖ୍ୟା ୧୧ ପାର୍। ମୃତ ଯୁବତୀ ଜଣଙ୍କ କେନ୍ଦୁଝର ଜିଲା ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ଟାଙ୍ଗିରି ଦୁବନଳି ସାହିର ପୀତାମ୍ବର ଜୁଆଙ୍ଗଙ୍କ ଝିଅ ରିତା ଜୁଆଙ୍ଗ ବୋଲି ଜଣାପଡ଼ିଛି । ଏହାକୁ ମିଶାଇ ୧୧ରେ ପହଞ୍ଚିଛି ମୃତ୍ୟୁ ସଂଖ୍ୟା। ମିତ୍ରା ଜୁଆଙ୍ଗ ଚେନ୍ନାଇ ସ୍ଥିତ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି।
ଏନେଇ ଜିଲ୍ଲା ଶ୍ରମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଝିଅର ମୃତ୍ୟୁ ଖବର ଗାଁରେ ପହଞ୍ଚିବା ପରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି । ଆଜି ପୁଣି ଦୁଇଟି ମୃତଦେହ ତାମିଲନାଡ଼ୁରୁ ଭୁବନେଶ୍ବର ଆସିବ ବୋଲି ସୂଚନା ମିଳିଛି ।