ମୁକ୍ତା ଯୋଜନାରେ ୧୦ ଜିଲ୍ଲା ପାଇଁ ୨୨୫ କୋଟି ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ):ମୁକ୍ତା ଯୋଜନାରେ ୧୦ ଜିଲ୍ଲା ପାଇଁ ମଞ୍ଜୁର ହେଲା ୨୨୫ କୋଟି । ଚଳିତ ଆର୍ଥିକବର୍ଷ ପାଇଁ ତୃତୀୟ ତଥା ଶେଷ ପର୍ଯ୍ୟାୟରେ ୧୦ ଜିଲ୍ଲାର ୩୬ ମ୍ୟୁନିସିପାଲିଟି ଏବଂ ଏନଏସି ପାଇଁ ଏହି ଅନୁଦାନ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ୧୦ ଜିଲ୍ଲା ହେଲା ଢେଙ୍କାନାଳ, ଅନୁଗୋଳ, କେନ୍ଦୁଝର, ସମ୍ବଲପୁର, ସୁନ୍ଦରଗଡ, ବଲାଙ୍ଗିର, ସୁବର୍ଣ୍ଣପୁର, ବରଗଡ, ଝାରସଗୁଡା ଓ ଦେବଗଡ ।

ମୁକ୍ତା ଯୋଜନାରେ ୪୨ଟି ମ୍ୟୁନିସିପାଲିଟି ଏବଂ ଏନଏସିର ବିକାଶ ପାଇଁ ବାର୍ଷିକ ଆକ୍ସନ ପ୍ଲାନ୍ ପ୍ରସ୍ତୁତ ହୋଇଛି । ପ୍ରକଳ୍ପଗୁଡ଼ିକ ଏସଏଚଡି, ଏସଡିଏ ଏବଂ ସ୍ଥାନୀୟ ଗୋଷ୍ଠୀ ଦ୍ବାରା କାର୍ଯ୍ୟକାରୀ ହେବ।

Leave A Reply

Your email address will not be published.