ବାହାନଗା ରେଳ ଦୁର୍ଘଟଣା: ଏସସିବିରେ ଆଉ ଜଣେ ଆହତଙ୍କ ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରେଳ ବିଭାଗ ଉପରେ ପଡିଛି କୋପ ଦୃଷ୍ଟି। ବିଗତ କିଛିଦିନ ଧରି ବିଭିନ୍ନ ସ୍ଥାନରୁ ରେଳ ଜନିତ ଅଘଟଣ ସାମ୍ନାକୁ ଆସୁଛି। ଏହି କ୍ରମରେ ଆଜି ପୁଣି ରାୟଗଡା ଜିଲ୍ଲାର ଅମ୍ବାଦଳା ଷ୍ଟେସନ ନିକଟରେ ବେଦାନ୍ତର ବକସାଇନ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଛି। ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣରୁ ଖସି ପଡିଛି, ଯେଉଁଥିପାଇଁ ରେଳ ଯାତାୟତ ବ୍ୟାହତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। ତେବେ ରେଳ ବିଭାଗ ପକ୍ଷରୁ ତୁରନ୍ତ ମାଲବାହୀ ଟ୍ରେନକୁ ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି। କ୍ରମାଗତ ଲାଗି ରହିଥିବା ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀ ଏବେ ରେଳରେ ଯାତ୍ରା କରିବା ପାଇଁ ଅମଙ୍ଗ ହେଉଛନ୍ତି।

ଉଲ୍ଲେଖଯୋଗ୍ୟ, ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଥିବା ଜଣେ ନାବାଳକଙ୍କର ଶୁକ୍ରବାର ଦିନ ମୃତ୍ୟୁ ଘଟିଥିଲା। ମୃତକ ହେଲେ, ବିହାରର ବାସିନ୍ଦା ପ୍ରକାଶ ରାମ(୧୭)। ଏହାକୁ ମିଶାଇ ବାହାନଗା ରେଳ ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା ୨୯୦ରେ ପହଞ୍ଚିଥିଲା। ଏହାପୂର୍ବରୁ ଗତ ୧୩ ତାରିଖରେ ବିହାରର ବିଜୟ ପାଶୱାନଙ୍କ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା।

Leave A Reply

Your email address will not be published.