ରେଳ ବିଭାଗ ଉପରେ ପଡିଛି କୋପ ଦୃଷ୍ଟି, ଅମ୍ବାଦଳା ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରେଳ ବିଭାଗ ଉପରେ ପଡିଛି କୋପ ଦୃଷ୍ଟି, ଅମ୍ବାଦଳା ନିକଟରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌ । ଏହି ମାଲବାହୀ ଟ୍ରେନ ଲାଞ୍ଜିଗଡ ବେଦାନ୍ତ ପ୍ଲାଣ୍ଟକୁ ଯାଉଥିବା ସମୟରେ ତିନୋଟି ବଗି ରେଳ ଧାରଣରୁ ଖସି ପଡିଛି, ଯେଉଁଥିପାଇଁ ରେଳ ଯାତାୟତ ବ୍ୟାହତ ହୋଇଛି। ଏହି ଦୁର୍ଘଟଣାରେ କୌଣସି ଧନଜୀବନର କ୍ଷୟକ୍ଷତି ହୋଇନଥିବା ଜଣାପଡିଛି। କ୍ରମାଗତ ଲାଗି ରହିଥିବା ରେଳ ଦୁର୍ଘଟଣାକୁ ନେଇ ଯାତ୍ରୀ ଏବେ ହରଡଘଣାରେ ପଡିଛନ୍ତି। ଯାତ୍ରୀ ରେଳରେ ଯାତ୍ରା କରିବା ପାଇଁ ଏବେ କୁନ୍ଥୁ କୁନ୍ଥୁ ହେଉଥିବା ଲକ୍ଷ୍ୟ କରାଯାଇଛି।

ଯାତ୍ରୀଙ୍କ ଭୟ ଓ ଆତଙ୍କକୁ ଦୂର କରିବା ପାଇଁ ରେଳ ବିଭାଗ ପକ୍ଷରୁ ବିହିତ ପଦକ୍ଷେପ ନେବାକୁ ପଡିବ ବୋଲି ଆଲୋଚନା ଜୋର ଧରିଛି। ତେବେ ରେଳ ବିଭାଗ ପକ୍ଷରୁ ତୁରନ୍ତ ମାଲବାହୀ ଟ୍ରେନକୁ ଲାଇନ ଉପରକୁ ଆଣିବା ପାଇଁ ଉଦ୍ୟମ ଜାରି ରହିଛି।

Leave A Reply

Your email address will not be published.