ଏସଡିଜେଏମଙ୍କ ନିର୍ଦ୍ଦେଶକୁ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍, ଅନୁଭବଙ୍କ ଘରେ ରହିବେ ବର୍ଷା

0

କଟକ(ଓଡ଼ିଆ ନ୍ୟୁଜ୍‌): ବର୍ଷା-ଅନୁଭବ ବିବାଦ ପ୍ରସଙ୍ଗରେ ଏସଡିଜେଏମଙ୍କ ନିର୍ଦ୍ଦେଶକୁ କଟକ ଜିଲ୍ଲା ଜଜଙ୍କ ଅନ୍ତରୀଣ ରୋକ୍ । ଏଣିକି ଅନୁଭବଙ୍କ ଘରେ ରହିବେ ବର୍ଷା । ତେବେ ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର‌୍ୟ୍ୟ ହୋଇଛି । ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା କୋର୍ଟ ।

ସୁଚନା ଯୋଗ୍ୟ, ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡି ଅନ୍ୟତ୍ର ରହିବାକୁ ନିର୍ଦ୍ଦେଶ ଦେଇଥିଲ ଏସଡିଜେଏମ କୋର୍ଟ । ଏହା ଉପରେ ରୋକ ଲଗାଇବାପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଥିଲେ ।

Leave A Reply

Your email address will not be published.