ଜି-୭ ବୈଠକରେ ଯୋଗ ଦେବା ପାଇଁ ଜର୍ମାନୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ବିଦେଶ ଗସ୍ତରେ ମୋଦୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତିନିଦିନିଆ ବିଦେଶ ଗସ୍ତରେ ଯାଇ ଆଜି ଜର୍ମାନରେ ପହଂଚିଛନ୍ତି। ମୋଦୀ ସ୍ୱତନ୍ତ୍ର ଅତିଥି ଭାବେ ଜି-୭ ଶିଖର ବୈଠକରେ ଯୋଗଦେବେ। ଆଜି ଓ ଆସନ୍ତାକାଲି ଜି-୭ ଶିଖର ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଜି-୭ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ କାନାଡ଼ା, ଫ୍ରାନ୍ସ, ଜର୍ମାନ, ଇଟାଲୀ, ଜାପାନ, ବ୍ରିଟେନ୍ ଓ ଆମେରିକା ଅଛନ୍ତି। ଜର୍ମାନ ବର୍ତ୍ତମାନ ଏହାର ଅଧ୍ୟକ୍ଷ ରହିଛି। ଭାରତ ଓ ଜର୍ମାନ ମଧ୍ୟରେ ଥିବା ପାରମ୍ପରିକ ସମ୍ପର୍କ ଭିତ୍ତିରେ ଭାରତକୁ ଜି-୭ ଶିଖର ବୈଠକକୁ ଆମନ୍ତ୍ରଣ କରାଯାଇଛି।

ଜର୍ମାନୀ ଚାନସେଲରଙ୍କ ଆମନ୍ତ୍ରଣ କ୍ରମେ ମୋଦୀ ଜି-୭ ଶିଖର ବୈଠକରେ ଯୋଗଦେବାକୁ ଜର୍ମାନ ଗସ୍ତ କରିଛନ୍ତି। ଏହି ବୈଠକରେ ଜଳବାୟୁ, ଶକ୍ତି, ସ୍ୱାସ୍ଥ୍ୟ, ଖାଦ୍ୟ ସୁରକ୍ଷା ଓ ପୁରୁଷ ମହିଳା ସମାନତା ବିଷୟ ଉପରେ ଆଲୋଚନା ହେବ। ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦୀ ଜର୍ମାନରେ ଥିବା ପ୍ରବାସୀ ଭାରତୀୟମାନଙ୍କ ସହ ବାର୍ତ୍ତାଳାପ କରିବେ।

 

Leave A Reply

Your email address will not be published.