ଖୁଡିକୁ ପଥରରେ ଛେଚି ମାରିଲା ପୁତୁରା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଖୁଡିକୁ ପଥରରେ ଛେଚି ମାରିଲା ପୁତୁରା | ଖୁଡୀକୁ ପଥର ଛେଚି ମାରିଲା ପୁତୁରା ଅଭିଯୋଗ କଲେ ପରିବାର ଲୋକେ। ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ଅଧୀନ କାଂଶ ପଞ୍ଚାୟତ କୁଲାପାଳ ଗ୍ରାମରେ ଅମିତ ପଣ୍ଡା ଓ ଅସିତ ପଣ୍ଡାଙ୍କ ମଧ୍ୟରେ ଦୁଇଦିନ ତଳେ କୌଣସି କଥାକୁ କେନ୍ଦ୍ର କରି ଗଣ୍ଡଗୋଳ ହୋଇଥିଲା।

ଆଜି କାଂଶ ବଜାରରେ ଅମିତ ଅସିତଙ୍କ ମଧ୍ୟରେ ଉକ୍ତ ଘଟଣାକୁ ନେଇ ବଚସା ହୋଇଥିଲା।ପରେ ଅମିତ ଅସିତଙ୍କୁ ଆକ୍ରମଣ କରିଥିଲେ।ଅସିତ ଘରକୁ ଦୌଡି ପଳାଯାଇଥିବା ବେଳେ ଅମିତ ବାଇକ ଯୋଗେ ଅସିତଙ୍କୁ ଗୋଡାଇଥିଲେ।ଖୁଡୀ ମଞ୍ଜୁଲତା କଣ ଘଟଣା ହୋଇଛି ବୋଲି ସାମ୍ନାକୁ ଆସିଯିବା ସମୟରେ ଅମିତ ଏକ ପଥର ସହାୟତାରେ ମଞୁଲତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା ।

ଫଳରେ ଗଭୀର ଆଘାତ ଯୋଗୁଁ ଘଟଣା ସ୍ଥଳରେ ମଞ୍ଜୁଲତା ମୃତ୍ୟ ବରଣ କରିଥିଲେ । ପରେ ପୁଣି ଉଭୟ ପରିବାର ମଧ୍ୟରେ ଝଗଡା ସୃଷ୍ଟି ହେବା ସହ ପରସ୍ପରକୁ ଆକ୍ରମଣ କରିଥିଲେ ।ଯେଉଁଥିରେ ଅମିତ ଓ ତାଙ୍କ ବାପା ସନ୍ତୋଷ ମଧ୍ୟ ଗୁରୁତର ହୋଇ ନୀଳଗିରି ମେଡିକାଲରେ ଭର୍ତ୍ତି ହୋଇଛନ୍ତି।ପୋଲିସ ମେଡିକାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ସୂଚନାl

Leave A Reply

Your email address will not be published.