ସୁପ୍ରିମକୋର୍ଟ ପହଞ୍ଚିଲା ମହାରାଷ୍ଟ୍ର ହାଇଡ୍ରାମା

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ମହାରାଷ୍ଟ୍ର ରାଜନୈତିକ ସଂଙ୍କଟ ଧିରେ ଧିରେ ଘନେଇବାରେ ଲାଗିଛି । ସୂତାଖିଅରେ ଝୁଲୁଛି ଉଦ୍ଧବ ଠାକରେଙ୍କ ଭାଗ୍ୟ । ଏହାରି ଭିତରେ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ ହୋଇଛି । ବିଧାନସଭା ବାଚସ୍ପତିଙ୍କ ଦ୍ୱାରା ଆଯୋଗ୍ୟ ଘୋଷିତ କିମ୍ବା ନଜେ ଇସ୍ତଫା ଦେଇଥିବା ବିଧାୟକଙ୍କ ପ୍ରତିଦ୍ୱଦିତା ଉପରେ ୫ ବର୍ଷ ଯାଏ, ନିର୍ବାଚନ ଲଢିବା ଉପରେ ରୋକ ଲଗାଇବାକୁ ଏକ ପିଟିସନ ଦାୟର ହୋଇଛି । ଏକ ପୁରୁଣା ମାମଲା ଉପରେ ବୁଧବାର ପିଟିସନ ଦାଖଲ କରାଯାଇଛି ।

ମଧ୍ୟପ୍ରଦେଶ କଂଗ୍ରେସ ନେତ୍ରୀ ଜୟା ଠାକୁର ଏହି ପିଟିସନ ୨୦୨୧ ରେ ସୁପ୍ରିମକୋର୍ଟରେ ଏହି ପିଟିସନ ଦାଖଲ କରିଥିଲେ । ଏଥିରେ ଅଯୋଗ ଘୋଷିତ ଅଥବା ଇସ୍ତଫା ଦେଉଥିବା ବିଧାୟକଙ୍କୁ ୫ ବର୍ଷ ଯାଏଁ ନିର୍ବାଚନ ଲଢିବାକୁ ସୁଯୋଗ ନ ଦେବାପାଇଁ ଅନୁରୋଧ କରାଯାଇଛି । ଏଥିରେ ଉଲ୍ଲେଖ କରାଯାଇଛି ଯେ ମହାରାଷ୍ଟ୍ରରେ ୨୦୨୨ ଜୁନ୍ ୧୮-୨୨ ତାରିଖ ମଧ୍ୟରେ ସମାନ ଘଟଣା ପୁଣିଥରେ ଏବେ ଦେଖିବାକୁ ମିଳୁଛି । ରାଜନୈତିକ ଦଳଗୁଡିକ ପରିସ୍ଥତିକ ଫାଇଦା ନେଇ ନିର୍ବାଚିତ ସରକାର ପ୍ରତି କ୍ଷତି ପହଞ୍ଚାଯାଉଛି ।

ଯାହା ମହାରାଷ୍ଟ୍ରରେ ଏବେ ଘଟୁଛି । ଏପରି କରି ସେମାନେ ଦେଶର ଗଣତାନ୍ତ୍ରିକ ଭାବନାକୁ ପ୍ରତିହତ କରୁଛନ୍ତି ବୋଲି ପିଟିସନରେ ଦାୟର ହୋଇଛି । ପିଟିସନରେ ୨୦୨୭ରେ ମଣିପୁର ଓ ୨୦୧୯ରେ ହୋଇଥିବା କର୍ଣ୍ଣାଟର ଓ ୨୦୨୦ରେ ହୋଇଥିବା ମଧ୍ୟପ୍ରଦେଶ ରାଜନୈତିକ ସଂଙ୍କଟ ବିଷୟରେ ଉଲ୍ଲେଖ୍ୟ ରହିଛି । ତେଣୁ ସୁପ୍ରିମକୋର୍ଟ ଏହି ଅବେଦନ ଉପରେ ବିଚାର କରାଯାଉ ବୋଲି ସେ ଅନୁରୋଧ କରିଛନ୍ତି ।

ଏପଟେ ଶିବସେନାର ବିଦ୍ରୋହୀ ବିଧାୟକ ଆସାମ ରାଜଧାନୀ ଗୌହ୍ବାଟୀରେ କ୍ୟାମ୍ପ କରି ବିରୋଧ କରୁଛନ୍ତି । ଆଉ ମୁମ୍ବାଇରେ ସରକାର ବଞ୍ଚାଇବା ପାଇଁ ଶିବସେନା, କଂଗ୍ରେସ ଓ ଏନସିପିର ତୁହାକୁ ତୁହା ବୈଠକ ଜାରି ରହିଛି । ଏ ପଟେ ପଦ ଛାଡିବାକୁ ପ୍ରସ୍ତୁତ ଉଦ୍ଧବ ଠାକରେ । ବୁଧବାର ସନ୍ଧ୍ୟାରେ ସରକାରୀ ବାସଭବନ ଛାଡି ସାରିଛନ୍ତି ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ । ଆଗକୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ ଚର୍ଚ୍ଚା ଜୋର ଧରିଲାଣି ।

Leave A Reply

Your email address will not be published.