ଭୁବନେଶ୍ୱର(ଓଡ଼ିଆ ନ୍ୟୁଜ୍): ପକ୍ଷୀ ଓ ସରିସୃପମାନଙ୍କ ପରି ପଥର ବି ଅଣ୍ଡା ଦିଏ । ଏକଥା ନିଶ୍ଚୟ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିବ । ହେଲେ କଥାଟି ସତ। ଚାଇନାର ମାଇଣ୍ଟ ଗାଣ୍ଡୋ ଅଞ୍ଚଳରେ ପଥର ଅଣ୍ଡା ଦେଉଛି । ତାହା ପୁଣି ପ୍ରତି ତିରିଶ ବର୍ଷରେ ଥରେ। ପଥରଟି ଅଣ୍ଡାକୁ ତିରିଶ ବର୍ଷ ପର୍ୟ୍ୟନ୍ତ ଗର୍ଭଧାରଣ କରିଥାଏ। ଏହା ପରେ ଯେତେବେଳେ ତିରିଶ ବର୍ଷ ବୟସ ହୁଏ, ଅଣ୍ଡାଗୁଡ଼ିକ ସ୍ୱୟଂଚାଳିତ ଭାବରେ ପଥରରୁ ଅଲଗା ହୋଇଯାଏ। ଏହି ପଥରର ଉଚ୍ଚତା ପ୍ରାୟ ୧୯ ଫୁଟ ଏବଂ ଏହାର ଲମ୍ବ ୬୫ ଫୁଟ ବୋଲି ଜଣାପଡ଼ିଛି ।
ଚାଇନାର ଏହି ରହସ୍ୟମୟ ପଥର ଚାନ୍ ଦନ୍ ୟା ନାମରେ ଜଣାଶୁଣା। ଏହି ପଥରଟି ଦେଖିବାକୁ ପୁରା କଳା ରଙ୍ଗର । ଯାହା ବାହ୍ୟରୁ ଚିକ୍କଣ ଦେଖାଯାଏ । ତେବେ ଲୋକମାନେ ପଥରରୁ ବାହାରୁଥିବା ଅଣ୍ଡାକୁ ସୁଖର ପ୍ରତୀକ ବୋଲି ବିଶ୍ୱାସ କରନ୍ତି। ଏହି କାରଣରୁ ଅଣ୍ଡା ଭୂମିରେ ପଡ଼ିବା ମାତ୍ରେ ଲୋକମାନେ ତାହାକୁ ଚୋରି କରି ନେଇଯାନ୍ତି। ବୈଜ୍ଞାନିକ ମାନେ ମଧ୍ୟ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାକୁ ବୁଝିବାକୁ ବର୍ଷ ବର୍ଷ ଧରି ଗବେଷଣା କରୁଛନ୍ତି କିନ୍ତୁ ଏପର୍ୟ୍ୟନ୍ତ କେହି ସଫଳତା ପାଇ ନାହାଁନ୍ତି । ଭୂବିଜ୍ଞାନୀଙ୍କ ଅନୁଯାୟୀ ଏହି ପଥର ପ୍ରାୟ ପାଞ୍ଚ ଶହ ନିୟୁତ ବର୍ଷ ପୁରୁଣା। ଏତେ ବର୍ଷ ଧରି, ଏହି ପଥର ସବୁ ପ୍ରକାରର ତାପମାତ୍ରାକୁ ସହ୍ୟ କରୁଛି କିନ୍ତୁ ପରିବର୍ତ୍ତନ ହୋଇନାହିଁ ଏହାର ଅଣ୍ଡା ଦେବାର ପ୍ରବୃତ୍ତି ।