ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ

0

ଓଡ଼ିଆ ନ୍ୟୁଜ୍ (ବ୍ୟୁରୋ): ରାଷ୍ଟ୍ରପତି ନିର୍ବାଚନକୁ ନେଇ ଚାଲିଛି ଜୋରଦାର ପ୍ରସ୍ତୁତି । ଏନଡିଏ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ କରିବା ପରେ ଆଜି ଦିଲ୍ଲୀ ଯାଇଛନ୍ତି ଦ୍ରୌପଦୀ ମୁର୍ମୁ । ସେ ଦିଲ୍ଲୀ ଯାଇ ପ୍ରଥମେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରିଛନ୍ତି। ଏନେଇ ମୋଦୀ ନିଜେ ଟ୍ବିଟ୍ କରି ସୂଚନା ଦେଇଛନ୍ତି। ସାକ୍ଷାତ ସମୟର ଫଟୋ ମଧ୍ୟ ସେ ଶେୟାର କରିଛନ୍ତି।

ମୋଦୀ କହିଛନ୍ତି, ‘‘ଦ୍ରୌପଦୀ ମୁର୍ମୁ ଜୀଙ୍କୁ ସାକ୍ଷାତ କଲି। ରାଷ୍ଟ୍ରପତି ପଦ ପାଇଁ ତାଙ୍କର ପ୍ରାର୍ଥୀତ୍ବ ଦେଶ ତଥା ସମାଜର ସମସ୍ତ ବର୍ଗଙ୍କ ଦ୍ୱାରା ପ୍ରଶଂସିତ ହେଉଛି। ଭାରତର ବିକାଶ ପାଇଁ ତାଙ୍କର ଦୃଷ୍ଟିକୋଣ ଅତ୍ୟନ୍ତ ଉତ୍କୃଷ୍ଟ।’’

ଏନ୍ଡିଏ ପକ୍ଷରୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ପରେ ମୁର୍ମୁ ଆଜି ଦିଲ୍ଲୀରେ ପହଞ୍ଚିଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଦଳର ପ୍ରମୁଖ ନେତାଙ୍କ ଉପସ୍ଥିତିରେ ମୁର୍ମୁ ଶୁକ୍ରବାର ତାଙ୍କ ପ୍ରାର୍ଥୀପତ୍ର ଦାଖଲ କରିବେ। ଜୁଲାଇ ୧୮ ତାରିଖରେ ରାଷ୍ଟ୍ରପତି ପଦ ପାଇଁ ମତଦାନ ହେବ।

 

Leave A Reply

Your email address will not be published.