ୟୁକ୍ରେନ ପରେ ଏବେ ପୁଟିନଙ୍କ କ୍ରୁର ନଜରରେ ଲିଥୁଆନିଆ

0

ମସ୍କୋ: ୟୁକ୍ରେନ ପରେ ଏବେ ପୁଟିନଙ୍କ କ୍ରୁର ନଜରରେ ଲିଥୁଆନିଆ । ୟୁକ୍ରେନ ଭଳି ସ୍ଥିତି ଭୋଗିବାକୁ ଲିଥୁଆନିଆକୁ ଖୋଲା ଖୋଲି ଚ୍ୟାଲେଞ୍ଜ ଦେଇଛି ରୁଷ । କାଲିନିଗ୍ରାଦ୍ ପର‌୍ୟ୍ୟନ୍ତ ରୁଷର ଯାହା କିଛି ବି ସପ୍ଲାଇ ହୁଏ ତାହା ଲିଥୁଆନିଆ ବାଟ ଦେଇ ଟ୍ରେନ୍ ଜରିଆରେ ଯାଇଥାଏ। ଲିଥୁଆନିଆ ଏବେ ଏହି ସପ୍ଲାଇକୁ ରୋକି ଦେଇଛି। ୟୁରୋପୀୟ ୟୁନିୟନ କଟକଣା ଲଗାଇଥିବାରୁ ଲିଥୁଆନିଆ କାଲିନିଗ୍ରାଡ୍ରୁ ଯିବା ଆସିବା କରୁଥିବା ଜିନିଷ ଉପରେ ରୋକ ଲଗାଇ ଦେଇଥିଲା। ରୁଷ ଏହି କଥାକୁ ନେଇ ଅସନ୍ତୋଷ ପ୍ରକାଶ କରିଛି। ରୁଷ ଚେତାବନୀ ଦେଇ, ଲିଥୁଆନିୟାକୁ କଡ଼ା ଜବାବ୍ ଦିଆଯିବ ବୋଲି କହିଛି ।

ତେବେ କହିରଖୁ କି, ଲିଥୁଆନିଆ ଏକ ଛୋଟ ଦେଶ । ଯାହାର ଜନସଂଖ୍ୟା ହେଉଛି ମାତ୍ର ୨୮ ଲକ୍ଷ। ଏହି ଦେଶ ପାଖରେ ମାତ୍ର ୧୬ ହଜାର ସୈନିକ ରହିଛନ୍ତି। ସେଭଳି ରୁଷ ପାଖରେ ୧୦ ଲକ୍ଷରୁ ଅଧିକ ସକ୍ରିୟ ଯବାନ ଅଛନ୍ତି। ଲିଥୁଆନିଆ କୌଣସି ଏକ ସମୟରେ ସୋଭିଏତ ସଂଘର ଅଂଶ ଥିଲା। ୧୯୯୧ ରେ ସୋଭିଏତ ସଂଘ ଭାଙ୍ଗିବା ପରେ ଲିଥୁଆନିଆ ଅଲଗା ଦେଶ ଥିଲା। ୨୦୦୪ ରେ ଲିଥୁଆନିଆ ସେନା ସଂଗଠନ ନାଟୋରେ ସାମିଲ ହୋଇଥିଲା। ନାଟୋ ଅର୍ଥାତ ନର୍ଥ ଆଟଲାଣ୍ଟିକ୍ ଟ୍ରିଟି ଅର୍ଗାନାଇଜେସନ୍ର ଆରମ୍ଭ ୧୯୪୯ ରେ ହୋଇଥିଲା। ଆମେରିକା ଏହାର ନେତୃତ୍ବ ନେଉଥିଲା। ଏହି ସମୟରେ ନାଟୋରେ ୩୦ ଦେଶ ସାମିଲ ରହିଥିଲେ।

Leave A Reply

Your email address will not be published.