ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭୁବନେଶ୍ୱର ଏୟାରପୋର୍ଟରେ ହେବ ଟର୍ମିନାଲ-୩। ଏନେଇ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ.ରାମମୋହନ ନାଇଡୁ ଆଜି ସୂଚନା ଦେଇଛନ୍ତି। ଆସନ୍ତା ଦୁଇ ବର୍ଷରେ ନୂଆ ଟର୍ମିନାଲ କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଭୁବନେଶ୍ବର ବିମାନ ବନ୍ଦରରେ ପରିଦର୍ଶନ କରି ଏହି ସୂଚନା ଦେଇଛନ୍ତି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ. ରାମମୋହନ ନାଇଡୁ ।
ଦେଶର ୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ଭୁବନେଶ୍ୱର ଏୟାରପୋର୍ଟ ସଂଯୋଗ କରୁଛି। ଡବଲ ଇଞ୍ଜିନ ସରକାରରେ ବେସାମରିକ ବିମାନ ଚଳାଚଳ କ୍ଷେତ୍ରରେ ଓଡ଼ିଶା ବହୁତ ଆଗକୁ ଯିବ ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। ୨ ବର୍ଷରେ ଏହି ନିର୍ମାଣ କରିବା ସହିତ, ଖୁବଶୀଘ୍ର ଭୁବନେଶ୍ବର ବିମାନବନ୍ଦରରେ ହେବ ରନୱେ କ୍ୟାଟ୍ ଟୁ ଲାଇଟ୍ । ବର୍ତ୍ତମାନ ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଟର୍ମିନାଲର କ୍ଷମତା ୪୦ ଲକ୍ଷ ଥିବା ବେଳେ ଏହାକୁ ଆହଚରି ବୃଦ୍ଧି କରାଯାଇ ୮୦ ଲକ୍ଷ କରିବା ପାଇଁ ଯୋଜନା ଚାଲିଛି ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ । ଯାହାର ପାଖାପାଖି ୧ମାସ ଭିତରେ ଅନୁମତି ଦେଇ ଆଗାମୀ ବର୍ଷେରୁ ୨ ବର୍ଷେ ଭିତରେ ଏହାର କାର୍ଯ୍ୟ ଶେଷ କରାଯିବ ।
ଏଥିସହିତ ବିମାନ ଅବତରଣ ଓ ଉଡାଣ ଭରିଲା ବେଳେ ଏହାର ରାସ୍ତାକୁ ଆଲୋକୀକରଣ କରାଯିବ ସହିତ ଆହୁରି ଅଧିକ ଆଧୁନିକତାର ସ୍ପର୍ଶ ପାଇବ ଭୁବନେଶ୍ବର ବିମାନ ବନ୍ଦର । ଏବେ ଏୟାରପୋର୍ଟ ୨୦ଟି ସହରକୁ ସଂଯୋଗ କରୁଥିବା ବେଳେ ଆଗକୁ ଜମ୍ମୁ, ଗୁଜରାଟ, ଆନ୍ଧ୍ର ଭଳି ଅନ୍ୟ ସ୍ଥାନକୁ ସଂଯୋଗ କରିବାକୁ ଦାବି କରାଯାଇଛି। ଏସମ୍ପର୍କରେ ଖୁବଶୀଘ୍ର ନିଷ୍ପତି ନିଆଯିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ।