ଆଖି ପାଇଁ ଲାଭଦାୟକ ଏହି ଖାଦ୍ୟ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ବର୍ତ୍ତମାନ ଅଧିକ ସମୟ ମୋବାଇଲ୍‌, ଲାପ୍‌ଟପ୍‌, କମ୍ପ୍ୟୁଟର ଆଦି ବ୍ୟବହାର କରିବା ଏବଂ ଅସନ୍ତୁଳିତ ଖାଦ୍ୟାଭ୍ୟାସ ଭଳି ବିଭିନ୍ନ କାରଣରୁ ଅଧିକାଂଶ ଯୁବପିଢ଼ିଙ୍କଠାରେ ଚକ୍ଷୁ ସମସ୍ୟା ଦେଖିବାକୁ ମିଳୁଛି। ଏମିତିରେ ନିଜ ଖାଦ୍ୟ ତାଲିକାରେ କ’ଣ ସବୁ ସାମିଲ କଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବାରେ ସହାୟକ ହେବ, ଜାଣିରଖନ୍ତୁ ସେ ସମ୍ପର୍କରେ…

ଶାଗ: ଦୃଷ୍ଟିଶକ୍ତି ବୃଦ୍ଧି କରିବା ଲାଗି ଶାଗ ହେଉଛି ସବୁଠୁ ଭଲ ଖାଦ୍ୟ। ଏଥିରେ ଭରି ରହିଛି ପ୍ରଚୁର ପରିମାଣରେ ଭିଟାମିନ୍‌, ମିନେରାଲ୍ସ। ତେଣୁ ପ୍ରତିଦିନ ଖାଦ୍ୟ ତାଲିକାରେ ତଟକା ସବୁଜ ଶାଗକୁ ସାମିଲ କରି ଉପକୃତ ହୋଇପାରିବେ।
ସି ଫୁଡ୍‌: ସାଲମନ୍‌, ଟୁନା ଭଳି ସମୁଦ୍ର ମାଛରେ ପ୍ରଚୁର ପରିମାଣରେ ଓମେଗା-୩ ଫ୍ୟାଟି ଏସିଡ୍‌ ଭରି ରହିଛି, ଯାହାକି ଚକ୍ଷୁ ଶୁଷ୍କ ହେବା ବା ଡ୍ରାଏ ଆଇ ଏବଂ ଅନ୍ୟାନ୍ୟ ଚକ୍ଷୁ ସମସ୍ୟା ଦୂର କରିବାରେ ସାହାଯ୍ୟ କରିଥାଏ। ଏହି ସି ଫୁଡ୍‌ ଖାଇବା ଦ୍ୱାରା ଗ୍ଲକୋମା ଭଳି ସମସ୍ୟାଠାରୁ ମଧ୍ୟ ଦୂରେଇ ରହିବାରେ ସାହାଯ୍ୟ କରେ।
ଛୁଇଁ: ଶିମ୍ବ, ବିନ୍ସ, ଝୁଡ଼ଙ୍ଗ, ସଜନାଛୁଇଁ ଆଦି ଭଳି ଛୁଇଁଜାତୀୟ ଖାଦ୍ୟରେ ପ୍ରୋଟିନ୍‌ ଏବଂ ଜିଙ୍କ୍‌ ପରିମାଣ ଖୁବ୍‌ ଅଧିକ, ଯାହାକି ଚକ୍ଷୁ ପାଇଁ ବେଶ୍‌ ଉପକାରୀ। ତେଣୁ ଏହାକୁ ଖାଇଲେ ଦୃଷ୍ଟିଶକ୍ତି ବୃଦ୍ଧି ହେବ।
ଅଣ୍ଡା: ଏଥିରେ ଭରିରହିଛି ପ୍ରଚୁର ପରିମାଣର ଲ୍ୟୁଟିନ୍‌, ଭିଟାମିନ୍‌ ଇ, ସି, ଯାହାକି ଚକ୍ଷୁ ସମସ୍ୟା ଦୂର କରିବା ଲାଗି ବହୁତ ଉପକାରୀ।
ମଞ୍ଜି ଓ ବାଦାମଜାତୀୟ ଖାଦ୍ୟ: ଆଖିର ମାଂସପେଶୀକୁ ସୁସ୍ଥ ଏବଂ ମଜଭୁତ ରଖିବା ଲାଗି ଭିଟାମିନ୍‌ ଇ, ସି, ଜିଙ୍କ୍‌, ଓମେଗା-୩ ଫ୍ୟାଟି ଏସିଡ୍‌ ଏବଂ ଆଣ୍ଟିଅକ୍ସିଡାଣ୍ଟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ତେବେ ଏ ସବୁ ଭରପୂର ମାତ୍ରାରେ ରହିଛି ବିଭିନ୍ନ ମଞ୍ଜି ଏବଂ କାଜୁ, ପେସ୍ତା, ଚିନାବାଦାମ ଏବଂ ଅନ୍ୟ ବାଦାମଜାତୀୟ ଖାଦ୍ୟରେ।
ପନିପରିବା: ଗାଜର, ଫୁଲକୋବି ଏବଂ ଅନ୍ୟାନ୍ୟ ତଟକା ପନିପରିବା ଜାତୀୟ ଖାଦ୍ୟ ମଧ୍ୟ ଆପଣଙ୍କ ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ।

Leave A Reply

Your email address will not be published.