ଜମ୍ମୁ- କାଶ୍ମୀରରେ ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କୀ

0

ନୂଆଦିଲ୍ଲୀ(ଓଡ଼ିଆ ନ୍ୟୁଜ୍‌): ଜମ୍ମୁ- କାଶ୍ମୀରରେ ଏନକାଉଣ୍ଟରରେ ଟଳିଲେ ୩ ପାକିସ୍ତାନୀ ଆତଙ୍କୀ । ଶ୍ରୀନଗରର ବାରମୂଳାରେ ଏହି ଏନକାଉଣ୍ଟର ଘଟିଛି । ସୂଚନାନୁସାରେ, ବାରାମୂଳାର ନଜିଭାତ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ଗୁଇନ୍ଦା ରିପୋର୍ଟ ମିଳିଥିଲା । ଏହାପରେ ଭାରତୀୟ ସେନା ଓ ସ୍ଥାନୀୟ ପୋଲିସ କମ୍ବିଂ ଅପରେସନରେ ବାହାରିଥିଲେ । ଏହି ସମୟରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ତେବେ ଏଥିରେ ୩ ଜଣ ଆତଙ୍କବାଦୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ହେଲେ ଦୁଃଖର କଥା ଏନକାଉଣ୍ଟର ବେଳେ ଜଣେ ଯବାନ ମଧ୍ୟ ସହିଦ ହୋଇଛନ୍ତି। ଏନେଇ ଆଇଜିପି ବିଜୟ କୁମାର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.