ଭିଡିଓ ଜାରିକରି ଅନୁଭବ ମୋ ଚରିତ୍ର ସଂହାର କରୁଛନ୍ତି କହି ସାଇବର ଥାନାରେ ଏତଲା ଦେଲେ ବର୍ଷା

0

କଟକ(ଓଡ଼ିଆ ନ୍ୟୁଜ୍‌): ଅନୁଭବ-ବର୍ଷା ବିବାଦ ପୁଣି ଏକ ନୂଆ ମୋଡ ନେଇଛି। ଆଜି କଟକ ସାଇବର ଥାନାରେ ଅନୁଭବଙ୍କ ନାଁରେ ଏତଲା ଦେଇଛନ୍ତି ବର୍ଷା । ଯେଉଁଥିରେ ସେ ଅଭିଯୋଗ କରିଛନ୍ତି ଅନୁଭବ ବାରମ୍ବାର ଭିଡିଓ ଜାରିକରି ତାଙ୍କ ଚରିତ୍ର ସଂହାର କରୁଛନ୍ତି। ଯାହାଦ୍ୱାରା ତାଙ୍କ ମାନ ସମ୍ମାନ ହାନି ହେଉଛି ଏବଂ ସେ ମାନସିକ ନିର‌୍ୟାତନାର ଶିକାର ହେଉଛନ୍ତି। ପୂର୍ବରୁ ମଧ୍ୟ ବର୍ଷା ପୁରୀଘାଟ ଥାନାରେ ଅନୁଭବଙ୍କ ନାଁରେ ଅଭିଯୋଗ କରିଥିଲେ । ଭିଡିଓ ଜାରି କରି ଅନୁଭବ ତାଙ୍କର ନାରୀତ୍ୱ ଉପରେ ପ୍ରଶ୍ନବାଚୀ ଛିଡା କରୁଥିବା ନେଇ ଅଭିଯୋଗ ସେ କରିଥିଲେ । ଏହାପରେ ମଧ୍ୟ ଅନୁଭବ ଭିଡିଓ ଜାରି କରି ବର୍ଷାଙ୍କୁ ବିଭିନ୍ନ ପ୍ରସଙ୍ଗରେ ଟାର୍ଗେଟ କରିଥିଲେ । ତେବେ ଅନୁଭବ କାହିଁକି ଲଗାତାର ଭିଡିଓ ଜାରି କରୁଛନ୍ତି । ମାମଲା ବିଚାରଧୀନ ଥିବା ବେଳେ ଅନୁଭବ ଏଭଳି ଭିଡିଓ ଜାରି କରି କଣ ବାର୍ତ୍ତା ଦେବାକୁ ଚାହୁଁଛନ୍ତି ବୋଲି ଦର୍ଶାଇଛନ୍ତି ଅନୁଭବ । ତେବେ ବର୍ଷାଙ୍କ ଏତଲା ପରେ ଅଭିଯୋଗ ଆଧାରରେ ତଦନ୍ତ ହେବ ବୋଲି କହିଛନ୍ତି କଟକ ଡିସିପି ।

Leave A Reply

Your email address will not be published.