ନନ୍ଦନକାନନରେ ବାଘ ଶାବକର ମୃତ୍ୟୁ

0

ଓଡ଼ିଆ ନ୍ୟୁଜ୍: ପଶୁ ପ୍ରେମୀଙ୍କ ପାଇଁ ଦୁଃଖଦ ଖବର। ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅସୁସ୍ଥତା ଯୋଗୁଁ ଏକ ରୟାଲ ବେଙ୍ଗଲ ବାଘ ଶାବକର ମୃତ୍ୟୁ ଘଟିଛି। ଗତ ରବିବାର ଦିନ ବାଘ ଛୁଆଟି ଅସୁସ୍ଥ ହେବା ପରେ ଚିକିତ୍ସା କରାଯାଇଥିଲା। ଚିଡ଼ିଆଖାନାର ପଶୁ ଚିକିତ୍ସକଙ୍କ ପ୍ରୟାସ ସତ୍ତ୍ୱେ ଛୁଆଟିକୁ ବଞ୍ଚାଇପାରିନଥିଲେ।

ଧଳା ବାଘୁଣୀ ରୂପା ଗତ ବର୍ଷ ନଭେମ୍ବର ୨ ତାରିଖରେ ଚାରିଟି ଛୁଆକୁ ଜନ୍ମ ଦେଇଥିଲା ଏବଂ ସେମାନଙ୍କ ମଧ୍ୟରୁ ଗୋଟିଏର ମୃତ୍ୟୁ ହୋଇଥିଲା। ଯାହା ପରେ ଚିଡ଼ିଆଖାନା କର୍ତ୍ତୃପକ୍ଷ ସିସିଟିଭି ମାଧ୍ୟମରେ ବାକି ଛୁଆଗୁଡ଼ିକ ଉପରେ ନଜର ରଖିଥିଲେ। ତେବେ ଏହି ବାଘ ଶାବକର ମୃତ୍ୟୁ ପରେ ନନ୍ଦନକାନନରେ ୨୭ ଜଣ ଏବେ ରୟାଲ ବେଙ୍ଗଲ ବାଘ ଅଛନ୍ତି।

Leave A Reply

Your email address will not be published.