କାଲି ଶ୍ରୀଜିଉଙ୍କ ନବଯୌବନ, ୧୪ ଦିନ ପରେ ସର୍ବସାଧାରଣ ଦର୍ଶନ

0

ପୁରୀ(ଓଡ଼ିଆ ନ୍ୟୁଜ୍‌): ଆସନ୍ତାକାଲି ଶ୍ରୀଜିଉଙ୍କ ନବଯୌବନ ଦର୍ଶନ । ୧୪ ଦିନ ପରେ ସର୍ବସାଧାରଣ ଦର୍ଶନ କରିବେ ଶ୍ରଦ୍ଧାଳୁ । ସକାଳ ୮ରେ ତାଟି ଫିଟିବା ପରେ ୯ରୁ ୧୦ଟା ୩୦ ସର୍ବସାଧାରଣ ଦର୍ଶନ ହେବ । ସେହିପରି ଅପରାହ୍ନ ୨ଟାରୁ ୩ଟା, ସନ୍ଧ୍ୟା ୬ରୁ ସାଢେ ୬, ରାତି ୯ରୁ ୧୦ଟା ୩୦ ଓ ରାତି ୧୧ଟା ୩୦ରୁ ୧୨ଟା ୩୦ ଯାଏ ସର୍ବସାଧାରଣ ଦର୍ଶନ ଉପଲବ୍ଧ ହେବ । ବିଶେଷ ନୀତି ପାଇଁ ସକାଳ ୧୦ଟା ୩୦ରୁ ଅପରାହ୍ନ ୨ଟା, ଅପରାହ୍ନ ୩ଟାରୁ ସନ୍ଧ୍ୟା ୬ଟା ଓ ସନ୍ଧ୍ୟା ୬ଟା ୩୦ରୁ ରାତି ୯ ଟା ଯାଏ ଏବଂ ରାତି ୧୦ଟା ୩୦ରୁ ୧୧ଟା ୩୦ ଯାଏ ସର୍ବ ସାଧାରଣ ଦର୍ଶନ ବନ୍ଦ ରହିବ ।

ସେପଟେ ଅଣସରର ଅନ୍ତିମ ଦିନରେ ସ୍ବତନ୍ତ୍ର ନୀତିକାନ୍ତି ସହ ମହାପ୍ରଭୁଙ୍କ ବନକଲାଗି ନୀତି ହେଉଛି । କଳା, ଧଳା, ନାଲି, ହରିତାଳ ଆଦି ପାରମ୍ପରିକ ରଙ୍ଗରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତ ମହାପାତ୍ର ସେବକ । ଦୁଇଦିନ ପରେ ବିଶ୍ବପ୍ରସିଦ୍ଧ ଘୋଷଯାତ୍ରା । ଏଥିପାଇଁ ପୁରୀ ରିଜର୍ଭ ପୋଲିସ ଲାଇନ ପଡ଼ିଆରେ ମକଡ୍ରିଲ କରିଛି ପୋଲିସ ।

Leave A Reply

Your email address will not be published.