ଓଡ଼ିଆ ନ୍ୟୁଜ୍: ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ୍ର ଦ୍ୱିତୀୟ ମ୍ୟାଚ୍। ଆଗାମୀ ଫେବୃଆରୀ ୯ରେ ହେବ ଏଙି ମ୍ୟାଚ୍। ଏଥିପାଇଁ କ୍ରିକେଟପ୍ରେମୀମାନେ ବେଶ୍ ଉତ୍ସାହିତ ଅଛନ୍ତି। ଗତକାଲି ମୁଖ୍ୟମନ୍ତ୍ରୀ ଏହି ମ୍ୟାଚର ପ୍ରଥମ ଟିକେଟ କିଣିଥିବାର ଦେଖିବାକୁ ମିଳିଥିବା ବେଳେ ଆଜି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟିକେଟ କିଣିଛନ୍ତି।
ଗୁରୁବାର ସମ୍ବଲପୁରରେ ଓଡ଼ିଶା କ୍ରିକେଟ ଆସୋସିଏସନର ସଦସ୍ୟମାନେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଭେଟିଛନ୍ତି। କ୍ରିକେଟ ମ୍ୟାଚର ଆୟୋଜନ ଓ ବ୍ୟବସ୍ଥା ଉପରେ ଆଲୋଚନା କରିଥିଲେ ମନ୍ତ୍ରୀ। ଏଥିସହ ଟିକେଟ୍ କିଣିଥିବାର ଫଟୋ ନିଜର ସୋସିଆଲ ମିଡିଆ ଏକ୍ସ ଆକାଉଣ୍ଟରେ ପୋଷ୍ଟ କରିଛନ୍ତି ଧର୍ମେନ୍ଦ୍ର ପ୍ରଧାନ।