ରାଜଧାନୀରେ ମୋ ବସ୍‌ର ସିରିଜ ଦୁର୍ଘଟଣା, ୪ ଆହତ

0

ଓଡ଼ିଆ ନ୍ୟୁଜ୍: ଭୁବନେଶ୍ୱର ରାଜମହଲ-ମାଷ୍ଟରକ୍ୟାଣ୍ଟିନ ଛକ ମଝିରେ ରାସ୍ତାରେ ପଛକୁ ପଛ ପିଟି ହେଲା ମୋ ବସ୍‌। ଏହି ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି। ଆହତ ଯାତ୍ରୀମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆଜି ପୂର୍ବାହ୍ନରେ ଇଭି ମୋ ବସ୍ ଟି ରାଜମହଲରୁ ମାଷ୍ଟରକ୍ୟାଣ୍ଟିନ ଯାଉଥିଲା। ତା’ପଛରେ ଅନ୍ୟ ଗାଡ଼ିଗୁଡ଼ିକ ମଧ୍ୟ ଥିଲା। ଟ୍ରାଫିକ ପୋଷ୍ଟ ନିକଟରେ ଇଭି ମୋ ବସ୍‌ଟି ହଠାତ୍ ବ୍ରେକ ମାରିଥିଲା।

ଫଳରେ ତା’ପଛରେ ଥିବା ଅନ୍ୟ ମୋ ବସ୍‌ଟି ଇଭି ମୋ ବସ୍‌କୁ ଧକ୍କା ଦେଇଥିଲା। ପରେ ମୋ ବସରେ ପଛରେ ଥିବା ୨ଟି କାରକୁ ଧକ୍କା ଦେଇଥିଲା। ଏହିପରି ଭାବେ ମୋ ବସ୍‌ ଧକ୍କାରେ ୩ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି। ଦୁର୍ଘଟଣା ପରେ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଘଟଣାସ୍ଥଳରେ କ୍ୟାପିଟାଲ ଥାନା ପୋଲିସ ପହଞ୍ଚି ମୋ’ ବସ୍‌ ଦୁଇଟିକୁ ଡିପୋକୁ ନେଇଛି।

Leave A Reply

Your email address will not be published.