ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ସୁପରଷ୍ଟାର ସାଂସଦ ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଙ୍କ ପାରିବାରିକ ମାମଲାରେ କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ ବର୍ଷା ପ୍ରିୟଦର୍ଶିନୀ ।ବର୍ଷାଙ୍କର ଆଜି ସାକ୍ଷ୍ୟଗ୍ରହଣ ପାଇଁ ଦିନ ଧାର୍ଯ୍ୟ କରାଯାଇଥିଲା।ତେବେ ସାକ୍ଷ୍ୟଗ୍ରହଣ ସମୟରେ ବର୍ଷା ଙ୍କୁ ଆପତ୍ତି ଜନକ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ।ବର୍ଷା ଙ୍କୁ ଇଂରାଜୀ ଭାଷାରେ ପ୍ରଶ୍ନ ପଚାରିଥିଲେ ଅନୁଭବଙ୍କ ଓକିଲ।ତେବେ ବର୍ଷା ଓଡ଼ିଆ
ଭଷାରେ ଉତ୍ତର ରଖିଥିଲେ। ଅନୁଭବଙ୍କ ଓକିଲ ଗୀତା ଲୁଥ୍ରା ଇଂରାଜୀରେ ଉତ୍ତର ରଖିବାକୁ ବର୍ଷାଙ୍କୁ କହିଥିବା ବେଳେ ବର୍ଷା ଓଡ଼ିଆରେ ଉତ୍ତର ରଖିବେ ବୋଲି କୋର୍ଟଙ୍କୁ ଅବଗତ କରାଇଥିଲେ। ଫଳରେ ଆଜି ଅସମ୍ପୂର୍ଣ୍ଣ ରହିଲା ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ ପକ୍ରିୟା।
ଆସନ୍ତାକାଲି ବର୍ଷା ଙ୍କ ସାକ୍ଷ୍ୟ ଗ୍ରହଣ କରାଯିବ। ତେବେ ବର୍ଷାଙ୍କୁ ପ୍ରତିପକ୍ଷ ଓକିଲ ଆପତ୍ତି ଜନକ ପ୍ରଶ୍ନ ପଚାରିବା ରୁ ବର୍ଷା ଙ୍କ ଓକିଲ ଏନେଇ କୋର୍ଟ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ନାରୀର ମର୍ଯ୍ୟାଦା ପ୍ରତି ଆଞ୍ଚ ଆସିଲା ଭଳି କୌଣସି ପ୍ରଶ୍ନ ପଚାରି ପାରିବେ ନାହିଁ ବୋଲି କୋର୍ଟ ଙ୍କୁ ଅବଗତ କରିଥିଲେ। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ସାକ୍ଷ୍ୟ ଗ୍ରହଣ ସମୟରେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ବୋଲି ବର୍ଷା ଙ୍କ ଓକିଲ କହିଛନ୍ତି।