କାହିଁକି ଭୁଲି ହୁଏନି ପ୍ରଥମ ପ୍ରେମ ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କୁହାଯାଏ ପ୍ରେମ ଏକ ଅଭୁଲା ଆକର୍ଷଣ । ଯୌବନର ପ୍ରଥମ ପାହାଚରେ ଏକ ସୁନ୍ଦର ଭାବନା ସହିତ ଯୁବପିଢି ଉଡିଥାନ୍ତି ପ୍ରେମର ମୁକ୍ତ ଆକାଶରେ । ଉଭୟ ବତାଇଥାନ୍ତି ଅନେକ ଅନ୍ତରଙ୍ଗ ମୁହୂ ର୍ ଓ ସାଉଁଟିଥାନ୍ତି ଅନେକ  ସୁନ୍ଦର ସ୍ମୃତି । ପ୍ରେମ ୫୦ବର୍ଷ ପୁରୁଣା ହେଲେ ମଧ୍ୟ ଯେତେବେଳେ ପ୍ରଥମ ପ୍ରେମର ଅଭୁଲା ସ୍ମୃତି ମନେପଡିଯାଏ, ଉଭୟଙ୍କ ମନରେ ଅସରନ୍ତି ଖୁସି ଭରିଯାଏ । ଏହାକୁ କେବେ ପ୍ରେମିଯୁଗଳ ଭୁଲିପାରନ୍ତି ନାହିଁ, କାରଣ ପ୍ରଥମ ପ୍ରେମ ସବୁବେଳ ପାଇଁ ଅଦ୍ୱିତୀୟ ହୋଇଥାଏ ।

ସେହି ସମୟରେ ଉଭୟଙ୍କ ସ୍ନେହ, ଯତ୍ନ ଓ ତାଙ୍କ ଭଲପାଇବା ସବୁଠାରୁ ନିଆରା ଥାଏ । ଯୌବନର ପ୍ରଥମ ପାହାଚରେ ପ୍ରେମ ଆଡକୁ ପାଦ ଖସିଲା ପରେ ଉଭୟଙ୍କ ସହ ଘଟୁଥିବା ସବୁ ଘଟଣା ମନକୁ ଛୁଇଁଥାଏ ଓ ସେହି ସମୟରେ ଘଟିଥିବା ଅନେକ ପାଗଳାମି, ଛୋଟ ଛୋଟ ମାନ ଅଭିମାନ ସବୁଦିନ ପାଇଁ ମନ ରହିଥାଏ।

ପରିବାର କଟକଣାରୁ ବାହାରି ଲୁଚି ଲୁଚି ଦେଖା କରିବା, ଉଭୟ ଉଭୟଙ୍କୁ ଦେଇଥିବା ପ୍ରଥମ ଉପହାର, ଭେଟିଥିବା ପ୍ରଥମ ସ୍ଥାନ, ଦୁହେଁ ମିଶି ଖାଇଥିବା ପ୍ରଥମ ହୋଟେଲ ସବୁକିଛି ମନରେ ଛାପି ହୋଇ ରହି ଯାଇଥାଏ । ତେଣୁ ପ୍ରଥମ ପ୍ରେମକୁ କେହିବି ଭୂଲି ହୁଏ ନାହିଁ ।

 

Leave A Reply

Your email address will not be published.