ପୂଜା ଗୃହ ପାଖରେ ଭୁଲରେ ରଖନ୍ତୁ ନାହିଁ ଶୌଚାଳୟ, ନଚେତ……

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଘର ହେଉ ଅବା କାର୍ୟ୍ୟାଳୟ ସବୁ ସ୍ଥାନରେ ପୂଜା ଗୃହର ଏକ ମହତ୍ତ୍ବପୂର୍ଣ୍ଣ ଏବଂ ପବିତ୍ର କୋଣ ରହିଛି। ଏହା ସହିତ ଧ୍ୟାନ ଦେବେ ପୂଜା ଗୃହକୁ କେଉଁ ସ୍ଥାନରେ ରଖିଲେ ଘରକୁ ଶାନ୍ତି ଆସିବ।

ଘରର କୈାଣସି ସ୍ଥାନରେ ପୂଜା ଘରକୁ ରଖିଲେ ଚଳିବ ମାତ୍ର ବାସ୍ତୁ ଅନୁସାରେ ଯଦି ଠାକୁର ଘର ତିଆରି କରାଯାଏ ତେବେ ପୂଜା କରୁଥିବା ବ୍ୟକ୍ତିକୁ ଶାନ୍ତି ମିଳିବା ସହିତ ପୂଜାରେ ଆନ୍ତରିକତା ବଢ଼ିଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ପୂଜା ଗୃହକୁ ଉତ୍ତର ପୂର୍ବ ଦିଗରେ ତିଆରି କରନ୍ତୁ। ଏହା ଦ୍ବାରା ସକାରାତ୍ମକ ଶକ୍ତି ବୃଦ୍ଧି ପା​‌ଇଥାଏ। କୁହାଯାଏ କି ବାସ୍ତୁ ପୁରୁଷ ଯେତେବେଳେ ଧରିତ୍ରୀ ଉପରେ ପଡ଼ିଥିଲେ ତାଙ୍କର ମୁଣ୍ଡ ଉତ୍ତର ପୂର୍ବ ଦିଗରେ ରହିଥିଲା।

ଏହି ଦିଗରେ ସୂର୍ୟ୍ୟଙ୍କ କିରଣ ମଧ୍ୟ ଘରର ବାତାବରଣକୁ ସୁଦ୍ଧ ରଖିଥାଏ। ବାସ୍ତୁ ଅନୁସାରେ ପୂଜା ଘୃହ ତିଆରି କରିବା ଦ୍ବାରା ଅନେକ ପ୍ରକାର ସୁଫଳ ମିଳିଥାଏ। ବାସ୍ତୁ ଅନୁସାରେ ଘରର ମୁଖ୍ୟ ଦ୍ବାର ସାମ୍ନାରେ ପୂଜା ଘର ତିଆରି କରନ୍ତୁ ନାହିଁ। ଏଠାରେ କରିବା ଦ୍ବାରା ନକରାତ୍ମକ ଶକ୍ତି ଘରକୁ ଆସିଥାଏ।

ପୂଜା ଗୃହକୁ କେବେ ହେଳେ ଅନ୍ଧାର ରଖନ୍ତୁ ନାହିଁ। ଆପଣଙ୍କ ପୂଜା ଘର ବି ଆପଣଙ୍କ ନିଜ ଘର। ଅନ୍ଧାର ରହିବା ଦ୍ବାରା ଖରାପ ଶକ୍ତି ପ୍ରବେଶ କରିବା ସହିତ କୁ ପ୍ରଭାବ ଘର ଉପରେ ପଡ଼ିଥାଏ। ତେଣୁ ପୂଜା ଗୃହକୁ ଅନ୍ଧାର ନ ରଖି ଆଲୁଅ ଜଳାଇ ରଖନ୍ତୁ। ନହେଲେ ସବୁବେଳେ ଦୀପଟିଏ ଜାଳି ରଖନ୍ତୁ।

ଠାକୁରଙ୍କ ଫଟୋକୁ ଶୋଇବା ଘରେ ରଖନ୍ତୁ ନାହିଁ। କାରଣ ଶୋଇବା ଘ​‌ରେ ମୁଖ୍ୟତଃ ଆରାମ କରାଯାଇଥାଏ। ପୂଜା ଗୃହ ଆଖପାଖରେ ଶୈାଚାଳୟ ରଖନ୍ତୁ ନାହିଁ। ଏହା କଲେ ନକରାତ୍ମକ ଶକ୍ତି ଘରକୁ ପ୍ରବେଶ କରିଥାଏ।

Leave A Reply

Your email address will not be published.