ଟ୍ୟୁସନ ସାର୍‌ଙ୍କ କାରନାମା: ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧାହେଲେ ଟ୍ୟୁସନ ସାର୍

0

ଓଡ଼ିଆ ନ୍ୟୁଜ୍: ଛାତ୍ରୀଙ୍କୁ ଦୁଷ୍କର୍ମ କରି ବନ୍ଧାହେଲେ ଟ୍ୟୁସନ ସାର୍। ଅଷ୍ଟମ ଶ୍ରେଣୀର ନାବାଳିକା ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ଗିରଫ ହେଲେ ଟ୍ୟୁସନ ସାର୍। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଲେଶ୍ବର ଜିଲ୍ଲାର କମର୍ଦ୍ଦା ଥାନା ଅଞ୍ଚଳରେ। ଅଭିଯୁକ୍ତ ଜଣକ ମନରେଗା ସ୍କିମ ରେ ଗାଁ ସାଥି ଭାବେ କାମ କରୁଥିବା ସହ ଗାଁରେ ଟ୍ୟୁସନ କରୁଥିଲେ ବୋଲି ଜଣାପଡିଛି।  ଟ୍ୟୁସନ ସାର୍ ଛାତ୍ରୀଙ୍କୁ ପାଠ ପଢ଼ାଉଥିଲେ। ଏହା ଦେଖି ସୁଯୋଗ ପାଇ ଘଟାଇଥିଲେ ଏହି ଜଘନ୍ୟ କାଣ୍ଡ। ଏନେଇ ଛାତ୍ରୀ ଜଣକ ପରିବାର ଲୋକଙ୍କୁ ଜଣାଇବା ପରେ ପରିବାର ଲୋକେ କମର୍ଦ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗକୁ ଭିତ୍ତି କରି ଟ୍ୟୁସନ ସାରଙ୍କୁ ବାନ୍ଧିଛି କମର୍ଦ୍ଦା ପୋଲିସ।

Leave A Reply

Your email address will not be published.