ବାରଙ୍ଗ ହତ୍ୟାକାଣ୍ଡ: ପୁରୁଷ ବନ୍ଧୁ ସହ ମିଶି ହତ୍ୟା କରିଥିଲା ପତ୍ନୀ

0

କଟକ(ଓଡ଼ିଆ ନ୍ୟୁଜ୍‌): ବାରଙ୍ଗ ହତ୍ୟାକାଣ୍ଡ ମାମଲାର ପର୍ଦ୍ଦାଫାସ କରିଛି କମିସନରେଟ ପୁଲିସ। ପୁରୁଷ ବନ୍ଧୁ ସହ ମିଶି ଗୋପାଳ ନାୟକକୁ ହତ୍ୟା କରିଥିଲା ପତ୍ନୀ । ସତ ସାମ୍ନାକୁ ଆସିବା ପରେ ହତ୍ୟା ଅଭିଯୋଗରେ ପତ୍ନୀ ଝୁମୁରି ନାୟକ ଓ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନାଙ୍କୁ ଗିରଫ କରିଛି ପୁଲିସ। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟା ହୋଇଥିବା ପୁଲିସ ପକ୍ଷରୁ କୁହାଯାଇଛି।

ସୂଚନାଯୋଗ୍ୟ, ଜଟଣୀ ଥାନା ଅଧୀନ ନୂଆ ଗାଁ ବାସିନ୍ଦା ଗୋପାଳ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମରେ ଘର ଜ୍ବାଇଁ ଭାବରେ ରହୁଥିଲେ ଏବଂ ବାଆଁରା ଗ୍ରାମ ନିକଟସ୍ଥ ଏକ ଘରୋଇ ମେଡିକାଲରେ ସ୍ବିପର ଭାବେ କାମ କରୁଥିଲ। ଗତ ୨୧ ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସିଥିଲେ ହେଲେ ଆଉ ଘରକୁ ଫେରି ନଥିଲେ। ସନ୍ଧ୍ୟାରେ ଘରକୁ ନ ଫେରିବାରୁ ଘର ଲୋକେ ଖୋଜାଖୋଜି କରିଥିଲେ। ଗୋପାଳଙ୍କର କୌଣସି ସୂଚନା ମିଳିନଥିବା ବେଳେ କେବଳ ତାଙ୍କର ଏକ ସ୍କୁଟିକୁ ପାଇ ପୁଲିସକୁ ଖବର ଦେଇଥିଲେ। ପରେ ପୋଲିସ ଗୋପାଳଙ୍କ ମୃତଦେହ ଉଦ୍ଧାର କରିଥିଲା ।

Leave A Reply

Your email address will not be published.