ପୁରୀ(ଓଡ଼ିଆ ନ୍ୟୁଜ୍): ନିର୍ଦ୍ଧାରିତ ସମୟ ପୂର୍ବରୁ ବଡ଼ଦାଣ୍ଡରେ ଗଡ଼ିଲା ରଥ। ମାଉସୀ ମା ଘର ଅଭିମୁଖେ ବାହାରିଲେ ତିନି ଠାକୁର। ସୁସଜ୍ଜିତ ଦିବ୍ୟ ୩ ରଥରେ ଜନ୍ମବେଦୀକୁ ବାହାରିଲେ ଶ୍ରୀଜିଉ। ପ୍ରଥମେ ଗଡ଼ିଲା ବଡ଼ ଭାଇ ବଳଭଦ୍ରଙ୍କ ତାଳଧ୍ଵଜ ରଥ। ତାଳଧ୍ଵଜ ପଛେ ପଛେ ଆସୁଛି ଦେବୀ ସୁଭଦ୍ରାଙ୍କ ଦେବଦଳନ ରଥ। ନବଦିନାତ୍ମକ ଯାତ୍ରାରେ ଭାଇ ଭଉଣୀଙ୍କୁ ସାଙ୍ଗରେ ଧରି ରତ୍ନବେଦୀରୁ ଜନ୍ମବେଦୀକୁ ଯାଉଛନ୍ତି କାଳିଆ ଠାକୁର।
ବଡ଼ଦାଣ୍ଡରେ ସୃଷ୍ଟି ହୋଇଛି ଭକ୍ତିମୟ ପରିବେଶ। ଦୀର୍ଘ ଦୁଇ ବର୍ଷ ପରେ ହୋଇଛି ଭକ୍ତ ଓ ଭଗବାନଙ୍କ ମିଳନ। ଘଣ୍ଟ, ଘଣ୍ଟା, ଶଙ୍ଖ, ମୃଦଙ୍ଗ ତାଳରେ ପ୍ରକମ୍ପିତ ହେଉଛି ଗଗନପବନ।