SIR କାମ ଚାପ: ସସପେଣ୍ଡ୍ ଭୟରେ ଜୀବନ ହାରିଦେଲେ ଶିକ୍ଷକ

0

ଓଡ଼ିଆ ନ୍ୟୁଜ୍: ବଢୁଛି SIR କାମ ଚାପ। ସସପେଣ୍ଡ୍ ଭୟରେ ଜୀବନ ହାରିଦେଲେ ଶିକ୍ଷକ। ବୌଦ୍ଧ ଜିଲ୍ଲା ଡିମିରିଖୋଲ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶୟନ ସାହୁଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ସେ SIR କାର୍ଯ୍ୟରେ BLO ଭାବେ ନିୟୋଜିତ ଥିଲେ ବୋଲି ସୂଚନା ମିଳିଛି।

ସୋନପୁର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଘଟଣା ପରେ ପରିବାର ପକ୍ଷରୁ ଗୁରୁତର ଅଭିଯୋଗ ଆସିଛି ଯେ, SIR କାର୍ଯ୍ୟର ଅତ୍ୟଧିକ ଚାପ ଓ ଦାୟିତ୍ୱରେ ଅବହେଳା ହେଲେ ସସପେଣ୍ଡ୍ କରିବା ଭୟ ଦେବାରୁ ମାନସିକ ଚାପ ବଢ଼ିଥିଲା। ତାଙ୍କ ପୁଅ ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ଚାପର କାରଣରୁ ପିତା ବିଷ ପାନ କରି ଜୀବନ ହରାଇଥିବା ସନ୍ଦେହ ରହିଛି।

Leave A Reply

Your email address will not be published.