ଦୁର୍ଘଟଣାର ଶୀକାର ହେଲା ସ୍ପେନର ଲଢୁଆ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଦୁର୍ଘଟଣାର ଶୀକାର ହେଲା ସ୍ପେନର ଲଢୁଆ ବିମାନ, ଅଳ୍ପକେ ବର୍ତ୍ତିଲେ ପାଇଲଟ । ସ୍ପେନର ରାଜଧାନୀ ମାଦ୍ରିଦଠାରୁ ପ୍ରାୟ ୩୦୦ କିଲୋମିଟର ଦୂର ଜରଗୋଜା ଏୟାରବେସରେ ଏକ ଏଫ୍/ଏ-୧୮ ହର୍ନେଟ୍ ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ବିମାନରେ ନିଆଁ ଲାଗିଯାଇଥିଲା। ଏହାର ଏକ ଭିଡିଓ ଟ୍ୱିଟରରେ ଖୁବ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଦେଖାଯାଉଛି ଯେ ଲଢୁଆ ବିମାନଟି ଖସିପଡ଼ିବା ପରେ ସେଥିରେ ବଡ଼ ବିସ୍ଫୋରଣ ହେଉଛି ।ଏହି ଭିଡିଓରେ ଦେଖିବାକୁ ମିଳୁଛି ଯେ ଆମେରିକା ନିର୍ମିତ ଏଫ୍-୧୮ ହର୍ନେଟ୍ ଲଢୁଆ ବିମାନ ବହୁତ ଉଚ୍ଚତାରୁ ଏୟାରବେସ୍ ଆଡ଼କୁ ଦ୍ରୁତ ଗତିରେ ଆସୁଛି । କିନ୍ତୁ ଅବତରଣ ପୂର୍ବରୁ ପାଇଲଟ୍ ବିମାନ ଉପରୁ ନିୟନ୍ତ୍ରଣ ହରାଇଦେଉଛନ୍ତି ଓ ତାହା ଦ୍ରୁତ ଗତିରେ ଖସିପଡ଼ୁଛି ଓ ତାପରେ ବଡ଼ ବିସ୍ଫୋରଣ ହେଉଛି ।

ସ୍ପେନର ପ୍ରତିରକ୍ଷା ମନ୍ତ୍ରଣାଳୟ ଟୁଇଟ୍ କରି କହିଛି ଯେ ବିମାନର ପାଇଲଟ୍ ଦୁର୍ଘଟଣା ପୂର୍ବରୁ ବାହାରିଯାଇଥିଲେ ଓ  ତାଙ୍କୁ ଆହତ ଅବସ୍ଥାରେ ଡାକ୍ତରଖାନା ନିଆଯାଇଥିଲା । ଏବେ ତାଙ୍କ ଜୀବନ ପ୍ରତି କୌଣସି ବିପଦ ନାହିଁ। ଜରାଗୋଜା ଏୟାରବେସ୍ ସହରଠାରୁ ପ୍ରାୟ ୧୬ କିଲୋମିଟର ଦୂରରେ ଅବସ୍ଥିତ । ଏହା ସ୍ପେନର ବାୟୁ ଓ ମହାକାଶ ବାହିନୀର ଅଧୀନରେ ରହିଛି। ସ୍ପେନର ପବ୍ଲିକ ନ୍ୟୁଜ୍ ଏଜେନ୍ସି ଇଏଫ୍ଇ ରିପୋର୍ଟ ଅନୁଯାୟୀ, ଏହି ଲଢୁଆ ବିମାନ ଏକ ଉଡ଼ାଣ ପ୍ରଦର୍ଶନୀ ପାଇଁ ପ୍ରଶିକ୍ଷଣ ନେଉଥିବା ବେଳେ ଘଟିଥିଲା ଏହି ଘଟଣା ।

Leave A Reply

Your email address will not be published.