ମାନବାଧିକାର ଉଲ୍ଲଙ୍ଘନ କଥା କହିଲା ଆମେରିକା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମଣିପୁରରେ ହିଂସା ବେଳେ ଅଧିକ ମାତ୍ରାରେ ମାନବାଧିକାର ଉଲ୍ଲଙ୍ଘନ ଭାରତରେ ଦେଖିବାକୁ ମିଳିଥିଲା ବୋଲି ଆମେରିକା ରିପୋର୍ଟ ପ୍ରକାଶ କରିଛି। ଭାରତର ବିଭିନ୍ନ ପ୍ରସଙ୍ଗ ଉପରେ ନକାରାତ୍ମକ ମତାମତ ପ୍ରଦାନ କରାଯାଇଥିବାରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଆଜି କଡ଼ା ପ୍ରତିକ୍ରିୟା ରଖିଛି। ଭାରତ କହିଛି ଯେ ଆମେରିକାର ଏଭଳି ରିପୋର୍ଟ ଘୋର ପକ୍ଷପାତପୂର୍ଣ୍ଣ ଏବଂ ଅପରିଣାମଦର୍ଶୀ।

ରିପୋର୍ଟ ସମ୍ପର୍କରେ ଆଜି ପଚରା ଯାଇଥିବା ଗୋଟିଏ ପ୍ରଶ୍ନରେ ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୈସୱାଲ କହିଛନ୍ତି, “ଏହି ରିପୋର୍ଟ ଗଭୀର ଭାବେ ପକ୍ଷପାତିତା ପୂର୍ଣ୍ଣ। ଭାରତ ସମ୍ପର୍କରେ କୌଣସି କଥା ନ ଜାଣି ରିପୋର୍ଟ ପ୍ରକାଶ କରାଯାଇଛି। ଆମେ ଏହାକୁ ଆଦୌ ଗୁରୁତ୍ୱ ଦେଉ ନାହୁଁ। ଆଶା କରୁଛୁ ଯେ ଆପଣମାନେ ମଧ୍ୟ ସମାନ ପଦକ୍ଷେପ ନେବେ।” ମେ ୨୦୨୩ରେ ମଣିପୁରର ଅଲ୍ ଟ୍ରାଇବଲ୍ ଷ୍ଟୁଡେଣ୍ଟସ୍ ୟୁନିଅନ୍ ପକ୍ଷରୁ ମୈତେୟୀମାନଙ୍କୁ ଏସ୍‌ଟି ବର୍ଗରେ ଅନ୍ତର୍ଭୁକ୍ତ କରିବା ପ୍ରତିବାଦରେ ଆଦିବାସୀ ଏକତା ଶୋଭାଯାତ୍ରା ଆୟୋଜନ କରାଯିବା ପରେ ରାଜ୍ୟରେ ହିଂସା ଆରମ୍ଭ ହୋଇଥିଲା।

ସେହଭଳି ବିବିସି ଲଗାତାର ଟିକସ ଫାଙ୍କି ଚାଲିଥିବାରୁ ଏହାର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ଆୟକର ବିଭାଗ ଦ୍ୱାରା ଚଢ଼ଉ କରାଯାଇଥିଲା। ତେବେ ଏହାର ଆଇନଗତ ଦିଗକୁ ଧ୍ୟାନ ନଦେଇ ଆମେରିକା ଏହାକୁ ଆକ୍ରୋଶମୂଳକ କାର୍ଯ୍ୟ ବୋଲି ଏହାର ରିପୋର୍ଟରେ ଦର୍ଶାଇଥିଲା।

Leave A Reply

Your email address will not be published.