ସାବଧାନ! ହେଡ଼ଫୋନ ବ୍ୟବହାର କରୁଛନ୍ତିକି? ଭୋଗିବେ ସାଙ୍ଘାତିକ ସମସ୍ୟା

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆପଣ ଅଧିକ ସମୟ ହେଡ୍‌ଫୋନ୍‌ ବ୍ୟବହାର କରୁଛନ୍ତି କି ? ଯଦି କରୁଛନ୍ତି ହୋଇଯାଆନ୍ତି ସାବଧାନ। ନହେଲେ ଗୁରୁତର ସମସ୍ୟାର ସାମ୍ନା କରିପାରନ୍ତି। ହେଡ୍‌ଫୋନ୍‌ର ମାତ୍ରାଧିକ ବ୍ୟବହାର ଦ୍ୱାରା ଶୁଣିବା ଶକ୍ତି ହରାଇପାରନ୍ତି । ଯେତେବେଳେ ଆମ କାନ ୮୫ ଡେସିବେଲ୍‌ରୁ ଅଧିକ ଭଲ୍ୟୁମ୍‌ ଶୁଣିଥାଏ, ସେତେବେଳେ ଭିତର କାନର ସେଲ୍‌ଗୁଡିକ ଡ୍ୟାମେଜ୍‌ ହେବା ଆରମ୍ଭ କରିଥାଏ ।

ଦେଖାଯାଉଛି ଯେ ଅଧିକ ହୋଡଫୋନ୍‌ ବ୍ୟବହାର କରୁଥିବା ଲୋକମାନଙ୍କର ଶୁଣିବା କ୍ଷମତା ସାଧାରଣ ଲୋକଙ୍କଠାରୁ ସାମାନ୍ୟ କମ୍‌ ।ଅବଶ୍ୟ କିଛି ଲୋକ କେବଳ ଖୁସି ପାଇଁ ହେଡ୍‌ଫୋନ୍‌ ବ୍ୟବହାର କରିଥାନ୍ତି । ପ୍ରଥମେ ଦେଖନ୍ତୁ ଏହାର ଆବଶ୍ୟକତା । ଯଦି ଖୁବ୍‌ ଜରୁରି, ତେବେ କିଛିଟା ନିୟମ ପାଳନ କରି ଏହାର ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର୍‌ ବ୍ୟବହାର କରନ୍ତୁ। ହେଡ୍‌ଫୋନ୍‌ରେ ବ୍ୟାଗ୍‌ଗ୍ରାଉଣ୍ଡ ଆବାଜ୍‌କୁ କାଟିବା ପାଇଁ ନଏଜ୍‌ କ୍ୟାନ୍ସଲେସନ୍‌ ଫିଚର ରହିଥାଏ ।

ବାହାରର ଆବାଜ୍‌କୁ କାଟିବା ପାଇଁ ଏହି ବ୍ୟବସ୍ଥା ରହିଥାଏ । ଯଦି ଆପଣ କୌଣସି ଗହଳିପୂର୍ଣ୍ଣ ସ୍ଥାନରେ କାମ କରୁଥାନ୍ତି, ତେବେ ଏଭଳି ହେଡ୍‌ଫୋନ୍‌ ହିଁ ନିଅନ୍ତୁ । ୬୦/୬୦ ନିୟମ ଆପଣାନ୍ତୁ ଏହା ଆପଣଙ୍କ କାନକୁ ଆରାମ ଦେଇଥାଏ । ଯେଉଁମାନେ ଦୀର୍ଘସମୟ ଯାଏ ହେଡ୍‌ଫୋନ୍‌ ଲଗାଇ କାମ କରୁଥାନ୍ତି, ସେମାନେ ଏହି ନିୟମକୁ ପାଳନ କରିବା ବହୁତ ଜରୁରି । ଏହି ନିୟମାନୁସାରେ ଆପଣଙ୍କ ଡିଭାଇସ୍‌ର ଭଲ୍ୟୁମ ୬୦ ପ୍ରତିଶତରୁ ଅଧିକ ହୋଇ ନଥାଏ । ସେହିପରି ପ୍ରତି ୬୦ ମିନିଟ୍‌ରେ ଥରେ ହେଡ୍‌ଫୋନ୍‌କୁ ବାହାର କରି କାନକୁ ଆରାମ ଦେବା ଦରକାର । ହେଡଫୋନ୍‌କୁ ସଫା ରଖନ୍ତୁ କାନକୁ କୌଣସି ସଂକ୍ରମଣରୁ ରକ୍ଷା କରିବା ପାଇଁ ହେଡ୍‌ଫୋନ୍‌କୁ ସବୁବେଳେ ସଫା ରଖନ୍ତୁ । ନିଜ ହେଡଫୋନ୍‌କୁ ଅନ୍ୟ କାହାକୁ ଦିଅନ୍ତୁନାହିଁ । ହେଡ୍‌ଫୋନ୍‌ ସଫା କରିବା ସମୟରେ ଏହାର ସ୍ପଞ୍ଜଗୁଡିକୁ ଓଦା କରନ୍ତୁନି । ନଚେତ୍‌ ସାଉଣ୍ଡ କ୍ୱାଲିଟି ଖରାପ ହୋଇପାରେ । ହୋଡଫୋନ୍‌ ଲଗାଇବା ପରେ ହିଁ ସାଉଣ୍ଡ ସେଟ୍‌ କରନ୍ତୁ।

Leave A Reply

Your email address will not be published.