କାନ୍ଦିବା ଆମ ପାଇଁ କେତେ ଜରୁରୀ?

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଲୁହ ମଣିଷ ଜୀବନର ଅଜବ ଜିନିଷ। କେତେବେଳେ ଗଭୀର ଦୁଃଖରେ ଲୋକଙ୍କ ଆଖିରୁ ଲୁହ ସୁଖିଯାଏ ତ ଆଉ କେତେବେଳେ ଅଧିକ ଖୁସିରେ ଆଖିରେ ଲୁହ ଆସି ଯାଏ। ହେଲେ କୁହାଯାଏ ଯେ ମଣିଷ ଯେତେବେଳେ ଅଧିକ ଭାବୁକ ହୋଇଯାଏ ତା’ର ଆଖିରୁ ଲୁହ ଆସିଥାଏ। କିନ୍ତୁ ପିଆଜ ଭଳି ଜିନିଷ ବିନା ଭାବନାରେ କେମିତି କନ୍ଦାଇ ଦେଇଥାଏ। ଏହି ଲୁହ ସହ  ଭାବପ୍ରବଣତାର କ’ଣ ସମ୍ପର୍କ ରହିଛି? ଏହାର ବୈଜ୍ଞାନିକ କାରଣ ଲୋକମାନେ ଜାଣିନଥାନ୍ତି। କାନ୍ଦିବା ଘଟଣା ପଛରେ ରାସାୟନିକ  କ’ଣ ରହିଥାଏ, ଯାହା ଆଖି ଏବଂ ଲୁହ ସହିତ ଜଡିତ। ଆଖିରେ ଲୁହ ବିଷୟରେ ବିଜ୍ଞାନ କ’ଣ ରହିଥାଏ?

ବୈଜ୍ଞାନିକଙ୍କ ଅନୁସାରେ ଆଖିରେ ଲୁହ ଅନେକ କାରଣରେ ଆସିଥାଏ। ପ୍ରଥମେ ଲୁହ ଆଖିକୁ ସଫା ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ପ୍ରତ୍ୟେକ ଦିନ ଆଖିରେ ଲୁହ ଆଣିବା ଦ୍ୱାରା ଅନେକ ଫାଇଦା ମିଳିଥାଏ। କାରଣ ଆଖିକୁ ସଫା ରଖିବାରେ ଲୁହ ଅତ୍ୟନ୍ତ ଉପଯୋଗୀ ହୋଇଥାଏ। ଏପ୍ରକାର ଲୁହ ଆଖିରୁ ବାହାରକୁ ଆସିନଥାଏ ଅର୍ଥାତ ଝରୁଥିବା ଲୁହ ନୁହେଁ।

ଲୁହ ଆସିବାର ଅର୍ଥ ହେଉଛି ଯେ ଆଖିରେ କିଛି ଅନାବଶ୍ୟକ କଣିକା ପଡ଼ିଗଲେ, ଯେପରିକି ଧୂଳି କିମ୍ବା ପିଆଜ ରାସାୟନିକ, ଯାହାର ପ୍ରତିକ୍ରିୟାରେ ଆଖି ଲୁହ ମାଧ୍ୟମରେ ବାହାର କରିବାକୁ ଚେଷ୍ଟା କରିଥାଏ।   ଏପରି ସ୍ଥିତିରେ, ଯଦି ବାହ୍ୟ ଉପାଦାନ ଦୀର୍ଘ ସମୟ ପର୍ୟ୍ୟନ୍ତ ଆଖିରେ ରହିଥାଏ, ତେବେ ଦୀର୍ଘ ସମୟ ପର୍ୟ୍ୟନ୍ତ ଲୁହ ବାହାରିଥାଏ, ଫଳରେ ଆଖି ମଧ୍ୟ ଲାଲ ଦେଖାଯାଏ।

ବର୍ତ୍ତମାନର କମ୍ପ୍ୟୁଟର ମୋବାଇଲ ଜମାନାରେ ଲୋକଙ୍କ ଡ୍ରାଇ ଆଇର ସମସ୍ୟାରେ ଆଖିର ଆର୍ଦ୍ରତା ବହୁତ ସାହାଯ୍ୟ କରିଥାଏ। ଅର୍ଥାତ ଅଳ୍ପ ଲୁହ ଆଖିର ଆର୍ଦ୍ରତାକୁ ଫେରିଆଇ ଆଣିବାରେ କାମ କରିଥାଏ। ତେବେ ଆମେ ଯେଉଁ ଲୁହ କଥା କହୁଛୁ, ଏହା ସେହି ଲୁହ ନୁହେଁ ଯାହା ଆମର ଭାବାତ୍ମକ ସ୍ଥିତିରେ ଲୁହ ଆସିଥାଏ।

ଆଖି ଠିକ୍ ଭାବେ କାମ କରିବା ପାଇଁ ଆଖିରେ ଏକପ୍ରକାର ଗ୍ରନ୍ଥିଗୁଡ଼ିକ କାମ କରିଥାଏ। ଯାହା ଆଖିର ଆବଶ୍ୟକତା ପଡ଼ିଲେ ଲୁହ ଆଣିଥାଏ। ସାଧାରଣ ଭାବେ ଗୋଟିଏ ଦିନରେ ଅଧ ଚାମଚରୁ କମ୍ ଲୁହ ବାହାରିବା ପର୍ୟ୍ୟାପ୍ତ ହୋଇଥାଏ। ଏହା ଏମିତି ଲୁହ ହୋଇଥାଏ, ଯେଉଁଥିରେ ଅଳ୍ପ ଲୁଣ ଓ ତେଲ, ମ୍ୟୁକସ୍‌ ଏବଂ ଜୀବାଣୁକୁ ମାରୁଥିବା ରାସାୟନିକ ମଧ୍ୟ ରହିଥାଏ।

ପଲକ ପକାଇବା ଦ୍ୱାରା ଲୁହ ଆଖିରୁ ବାହାରକୁ ଆସିଥାଏ ଏବଂ ଏହାର ମ୍ୟୁକସ୍‌ ଆଖିର ଆର୍ଦ୍ରତା ରଖିବାରେ ସାହାଯ୍ୟ କରିଥାଏ। ଅଧିକ ଲୁହ ନାକ ମାଧ୍ୟମରେ ବାହାର ହୋଇଥାଏ। ଯେତେବେଳେ କେହି କାନ୍ଦି ଥାଏ, ଏହା ସିଧା ଆମ ମସ୍ତିସ୍କର ସେହି ଅଂଶକୁ ସଙ୍କେତ  ଦେଇଥାଏ ଯିଏ ଆମ ଭାବନାକୁ ନିୟନ୍ତ୍ରଣ କରିଥାଏ। ଏପରି ସ୍ଥିତିରେ କିଛି ମିନିଟରେ ଅଧ କପ୍‌ ଲୁହ ବାହାରିଯାଇଥାଏ।

Leave A Reply

Your email address will not be published.