ଓଡ଼ିଆ ନ୍ୟୁଜ୍ : ବଲିଉଡ ଅଭିନେତା ଟିକୁ ତଲାସାନିଆ ଅସୁସ୍ଥ। ‘ଅନ୍ଦାଜ ଅପନା ଅପନା’ ଭଳି ସିନେମାରେ ନିଜର ଆଇକନିକ୍ ହାସ୍ୟ ଅଭିନେତା ଭୂମିକା ପାଇଁ ଜଣାଶୁଣା ଟିକୁ ତଲସାନିଆ। ପୂର୍ବରୁ ଏହି ଅଭିନେତାଙ୍କୁ ହୃଦ୍ଘାତ ହୋଇଥିବା ଖବର ସାମ୍ନାକୁ ଆସିଥିଲା, କିନ୍ତୁ ଏବେ ଜଣାପଡିଛି ଯେ ବାସ୍ତବରେ ତାଙ୍କୁ ବ୍ରେନ୍ ଷ୍ଟ୍ରୋକ୍ ହୋଇଛି। ଇଣ୍ଡଷ୍ଟ୍ରିର ଜଣେ ଭେଟେରାନ୍ ରାଜେଶ ବାସନି କହିଛନ୍ତି, ଟିକୁ ତଲସାନିଆଙ୍କୁ କୋକିଲାବେନ୍ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ସେ ବ୍ରେନ୍ ଷ୍ଟ୍ରୋକ୍ର ଶିକାର ହୋଇଛନ୍ତି ।
ଏବେ ତାଙ୍କ ସ୍ବାସ୍ଥଶବସ୍ଥା ଗୁରୁତର ରହିଛି ବୋଲି ମଧ୍ୟ ସୂଚନପପା ରହିଛି। ୯୦ ଦଶକର ‘ଅନ୍ଦାଜ ଅପନା ଅପନା’, ‘କୁଲି ନଂ-୧’ ଏବଂ ‘ଯୋଡ଼ି ନଂ-୧’ ଭଳି ଅତ୍ୟନ୍ତ ସଫଳ ଚଳଚ୍ଚିତ୍ରରେ ଅଭିନୟ କରିଥିବା ତଲସାନିଆ ଗତବର୍ଷ ଏକ ସାକ୍ଷାତକାରରେ ତାଙ୍କ କଳାକାର ଜୀବନ ନେଇ ଅନେକ ରୋଚକ ତଥ୍ୟ ପ୍ରଦାନ କରିଥିଲେ।