ମହାଆଡମ୍ବରରେ ରାଜା ଚାର୍ଲସ ୩ୟଙ୍କ ହେଲା ରାଜ୍ୟାଭିଷେକ, ରାଣୀ ପିନ୍ଧିଲେନି କୋହିନୂର ଖଚିତ ମୁକୁଟ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାଆଡମ୍ବରରେ ଆଜି ଲଣ୍ଡନର ରାଜା ଚାର୍ଲସ ୩ୟଙ୍କ ହୋଇଛି ରାଜ୍ୟାଭିଷେକ । ଲଣ୍ଡନର ୱେଷ୍ଟମିନିଷ୍ଟର ଆବେ ଚର୍ଚ୍ଚରେ ବ୍ରିଟେନର ରାଜା ତୃତୀୟ ଚାର୍ଲସ ଏବଂ ରାଣୀ କାମିଲାଙ୍କ ରାଜ୍ୟାଭିଷେକ ସମାରୋହ ଆୟେଜନ ହୋଇଥିଲା । ଏହି ସମୟରେ କାଣ୍ଟରବେରି ଓ ୟର୍କର ଆର୍କବିଶପ ରାଜା ଚାର୍ଲସ ଓ ରାଣୀ କାମିଲାଙ୍କୁ ସମସ୍ତ ରୀତିନୀତି ଅନୁସାରେ ମୁକୁଟ ପିନ୍ଧାଇଥିଲେ । ଏହା ପରେ ରାଜାଙ୍କୁ ପ୍ରସିଦ୍ଧ ହୀରା କଲିନାନ ଖଚିତ ରାଜଦଣ୍ଡ, ଏକ ରାଜକୀୟ ତରବାରୀ ପ୍ରଦାନ କରାଯାଇଥିଲା । ତେବେ ରାଣୀ କାମିଲା ଭାରତର ପ୍ରସିଦ୍ଧ ହୀରା କୋହିନୂର ଖଚିତ ମୁକୁଟ ପିନ୍ଧି ନଥିଲେ । ରାଜ୍ୟାଭିଷେକରେ କୋହିନୂର ବ୍ୟବହାର ହେବ ନାହିଁ ବୋଲି ପୂର୍ବରୁ ହିଁ ବ୍ରିଟିଶ ସରକାର ସୂଚନା ଦେଇଥିଲେ । ଭାରତ ସହ ସଂପର୍କ ଦୃଷ୍ଟିରୁ ଏପରି ନିଷ୍ପତ୍ତି ନିଆଯାଇଥିଲା । ରାଜ୍ୟାଭିଷେକ ପରେ ରାଜା ଓ ରାଣୀ ଏକ ସ୍ବର୍ଣ୍ଣଖଚିତ ତଥା ଘୋଡ଼ା ଚାଳିତ ରଥରେ ଓ୍ବେଷ୍ଟମିନିଷ୍ଟର ଆବେରୁ ବକିଂହାମ ପ୍ୟାଲେସ୍ ଯାତ୍ରା କରିଥିଲେ । ଏହି ଅବସରରେ ଏକ ଭବ୍ୟ ମିଲିଟାରି ପରେଡ୍ ଅନୁଷ୍ଠିତ ହୋଇଥିଲା ।

ବର୍ଷା ସତ୍ତ୍ବେ ରାଜା ଓ ରାଣୀଙ୍କୁ ଦେଖିବାକୁ ରାସ୍ତାରେ ହଜାର ହଜାର ଲୋକ ରାଜରାସ୍ତାରେ ଏକତ୍ରିତ ହୋଇଥିଲେ । ୭୦ ବର୍ଷ ପରେ ବ୍ରିଟିଶ ରାଜ ପରିବାରରେ ରାଜ୍ୟାଭିଷେକ ସମାରୋହ ହୋଇଛି । ଏହା ପୂର୍ବରୁ ୧୯୫୩ରେ ରାଣୀ ଏଲିଜାବେଥ ରାଜମୁକୁଟ ପିନ୍ଧିଥିଲେ। ସେତେବେଳେ ଯୁବରାଜ ଚାର୍ଲସଙ୍କୁ ମାତ୍ର ୪ ବର୍ଷ ହୋଇଥିଲା। ରାଜା ଚାର୍ଲସଙ୍କୁ ଏବେ ୭୪ ବର୍ଷ ବୟସ ହୋଇଛି । କିଙ୍ଗ୍ ଚାର୍ଲସଙ୍କ ରାଜ୍ୟାଭିଷେକରେ ବିଭିନ୍ନ ଦେଶର ରାଷ୍ଟ୍ରମୁଖ୍ୟ, ରାଜପରିବାର ସଦସ୍ୟ, ବିଶିଷ୍ଟ ବ୍ୟକ୍ତିମାନଙ୍କୁ ଆମନ୍ତ୍ରିତ କରାଯାଇଛି । ଏହି ସମାରୋହରେ ଯୋଗ ଦେଇଛନ୍ତି ଭାରତରୁ ଉପରାଷ୍ଟ୍ରପତି ଜଗଦୀପ ଧନଖର ।

Leave A Reply

Your email address will not be published.