ବୋଇଂ ୭୩୭ ମାକ୍ସ ବିମାନ ଉଡାଣ ପାଇଁ ଅଯୋଗ୍ୟ ହେଲେ ୯୦ ପାଇଲଟ; ପୁନଃ ତାଲିମ ଦିଆଯିବ

0

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ସ୍ପାଇସଜେଟର ୯୦ ପାଇଲଟଙ୍କୁ ବୋଇଙ୍ଗ 737 MAX ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଇଛି। ଏହି ପାଇଲଟମାନଙ୍କୁ ସଠିକ୍ ତାଲିମ ନ ମିଳିଥିବାରୁ ଡିଜିସିଏ ଏହି ପଦକ୍ଷେପ ନେଇଛି। ଡିଜିସିଏ ମୁଖ୍ୟ ଅରୁଣ କୁମାର ଏକ ବିବୃତ୍ତି ଜାରି କରି କହିଛନ୍ତି, “ବର୍ତ୍ତମାନ ପର୍ଯ୍ୟନ୍ତ ଆମେ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ବାରଣ କରିଛୁ। ବିମାନ ଉଡ଼ାଇବା ପାଇଁ ସେମାନଙ୍କୁ ପୁନର୍ବାର ସଫଳ ତାଲିମ ନେବାକୁ ପଡିବ।

ଡିଜିସିଏ ମୁଖ୍ୟ ଅରୁଣ କୁମାର କହିଛନ୍ତି ଯେ ବର୍ତ୍ତମାନ ଆମେ ଏହି ପାଇଲଟମାନଙ୍କୁ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ବାରଣ କରିଛୁ ଏବଂ ଏଥିପାଇଁ ସେମାନଙ୍କୁ ପୁନଃ ତାଲିମ ଦିଆଯିବ। ଏଥିସହ ସେ କହିଛନ୍ତି ଯେ ଯଦି ଟିକେ ଭୁଲ ହେଲେ ନିୟାମକ ଅନୁଯାଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସ୍ପାଇସଜେଟର ମୁଖପାତ୍ର ବୁଧବାର ଦିନ ନିଶ୍ଚିତ କରିଛନ୍ତି ଯେ ଡିଜିସିଏ ବିମାନର ୯୦ ପାଇଲଟଙ୍କୁ ମ୍ୟାକ୍ସ ବିମାନ ଉଡ଼ାଣ ଉପରେ ବାରଣ କରିଛି। ବୋଇଙ୍ଗ 737 MAX ଉଡ଼ାଇବା ପାଇଁ ସ୍ପାଇସଜେଟରେ ୬୫୦ ପାଇଲଟ ତାଲିମପ୍ରାପ୍ତ | ତେବେ, ୯୦ ପାଇଲଟ ତାଲିମ ବିବରଣୀ ଉପରେ ଡିଜିସିଏର ଆପତ୍ତି ରହିଛି | ଏହା ପରେ, ଡିଜିସିଏର ପରାମର୍ଶ ଅନୁଯାୟୀ, ସ୍ପାଇସଜେଟ୍ ୯୦ ପାଇଲଟଙ୍କୁ ବୋଇଙ୍ଗ 737 MAX ବିମାନ ଉଡ଼ାଣ ଉପରେ ବାରଣ କରିଛି |

Leave A Reply

Your email address will not be published.