ଚେନ୍ନାଇ(ଓଡ଼ିଆ ନ୍ୟୁଜ୍): ଜନ୍ମ ଦିନ ଆସିଲେ ସମସ୍ତେ ବହୁତ ଖୁସି ହୁଅନ୍ତି । ପରିବାରରେ ଉତ୍ସବର ମାହୋଲ ଜମେ । ଭୋଜି ଭାତ ପିଠା ପଣାର ଆସର ଜମେ । ହେଲେ କାଲି ମଣିଷ କାହିଁକି ପଶୁମାନଙ୍କର ଜନ୍ମଦିନ ବେଶ୍ ଧୁମ୍ଧାମ୍ରେ ପାଳନ ହେଉଛି । ଭଲକରି ଟିକେ ଦେଖନ୍ତୁ ତ ଏ ଭିଜୁଆଲକୁ । ଭିଜୁଆଲରେରେ ହାତୀ ଛୁଆଟିର ଜନ୍ମ ଦିନ ପାଳନ ପାଳନ ହେଉଛି । ହାତୀ ଛୁଆଟି ଏଥି ପାଇଁ ଖୁବ୍ ଉତ୍ସାହିତ ଥିବା ଦେଖାଯାଇଛି । ଯାହା ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଛି । ତାମିଲନାଡୁ ତିରୁଚିରାପଲ୍ଲୀରେ ଥିବା ଜମ୍ବୁକେଶ୍ୱର ମନ୍ଦିରର ଏହି ହାତୀ ଛୁଆଟିର ନାମ ହେଉଛି ଅକିଲା । ମନ୍ଦିରକୁ ଆସୁଥିବା ଶ୍ରଦ୍ଦାଳୁମାନେ ମିଶି ଏହି ହାତୀର ଜନ୍ମ ଦିନଟିକୁ ଖୁବ୍ ଧୁମ୍ଧାମ୍ରେ ପାଳନ କରିଛନ୍ତି ।
ଜନ୍ମ ଦିନ ଅବସରରେ ହାତୀଟିକୁ ଏକ ବାଇଗଣୀ ରଂଗର କପଡା ପିନ୍ଧାଇ ଦେଇଛନ୍ତି । ଫୁଲ ମାଳରେ ବି ସଜାଇଦେଇଛନ୍ତି । ଏହା ସହ ତାକୁ ବିଭିନ୍ନ ପ୍ରକାର ଫଳ ମୂଳ ଖାଇବାକୁ ଦେଇଛନ୍ତି । ହାତୀ ଛୁଆଟି ଖୁବ ଆନନ୍ଦର ସହ ଫଳଗୁଡିକୁ ଖାଉଛି । ଆଉ ମୁଣ୍ଡ ହଲାଇ କୃତଜ୍ଞତା ଜଣାଉଥିବା ଭିଡିଓରେ ଦେଖିବାକୁ ମିଳିଛି । ଦେଖଣାହାରୀ ଏହି ଦୃଶ୍ୟକୁ ବଡ଼ ଆନନ୍ଦର ସହ ଉପଭୋଗ କରୁଛନ୍ତି ଏବଂ ଉଚ୍ଚ ସ୍ୱରରେ ‘ହାପି ବାର୍ଥ ଡେ ’ ବୋଲି କହୁଛନ୍ତି। ହାତୀର ଏହି ଜନ୍ମଦିନ ଭିଡିଓଟିକୁ ଲୋକେ ଖୁବ ମନଭରି ଉପଭୋଗ କରିଛନ୍ତି ।