କୋହିନୂରକୁ ନେଇ ବ୍ରିଟେନ୍ ଟିଭି ଚ୍ୟାନେଲରେ ବଡ଼ ବିତର୍କ, ମାନିଲେ କୋହିନୂର ଭାରତର

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): କୋହିନୂରକୁ ନେଇ ବ୍ରିଟେନ୍ ଟିଭି ଚ୍ୟାନେଲରେ ବଡ଼ ବିତର୍କ । ବ୍ରିଟେନର ଏକ ନ୍ୟୁଜ୍ ଚାନେଲରେ କୋହିନୂର ହୀରାକୁ ନେଇ ବିତର୍କବେଳେ ପ୍ୟାନେଲରେ ବସିଥିବା ବିଶେଷଜ୍ଞ ଅତିଥି କୋହିନୂର ହୀରା ଭାରତର ବୋଲି ଯୁକ୍ତି ବାଢିଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ଏବେ କୋହିନୂର ହୀରାକୁ ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଡିବେଟରେ ଜବରଦସ୍ତ ବିତର୍କ ହେଉଥିବା ଦେଖିବାକୁ ମିଳିଛି । ବ୍ରିଟେନ୍ ମହାରାଣୀ କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ଦେହାନ୍ତ ପରେ କୋହିନୂର ହୀରା ଭାରତକୁ ଫେରାଇ ଦେବା ଉଚିତ୍ ବୋଲି ଭାରତରେ ଅନେକ ବିତର୍କ ହୋଇଛି । ହେଲେ ଏବେ ବ୍ରିଟେନ୍ ଗଣମାଧ୍ୟମରେ ବି ଏଭଳି ବିତର୍କ ମାମଲାକୁ ଆହୁରି ଉଷ୍ମ କରିଛି ।

ନିକଟରେ ବ୍ରିଟେନର ନୂଆ ରାଜା ଭାବେ ଅଭିଷିକ୍ତ ହୋଇଛନ୍ତି କିଙ୍ଗ ଚାର୍ଲସ୍ ତୃତୀୟ । ଆଉ ତାଙ୍କ ପତ୍ନୀ କାମେଲା । କୁଇନ୍ ଏଲିଜାବେଥ୍ ଦ୍ୱିତୀୟଙ୍କ ପରେ ଏବେ ବ୍ରିଟେନର ନୂଆ ମହାରାଣୀ ଭାବେ କୋହିନୂର ହୀରା ଖଞ୍ଜିତ ମୁକୁଟ ପରିଧାନ କରିଥିବା ଦେଖିବାକୁ ମିଳିଛି । ୧୮୪୯ ମସିହାରୁ କୋହିନୂର ହୀରା ବ୍ରିଟେନ୍ ରାଜ ପରିବାର ଅଧିନକୁ ଆସିଥିଲା ପ୍ରଥମେ ରାଣୀ ଭିକ୍ଟୋରିଆ କୋହିନୂର ହୀରାକୁ ବ୍ରୋଞ୍ଜ୍ ଭାବେ ପରିଧାନ କରିଥିଲେ । ପରେ ଏହା ମୁକୂଟରେ ଶୋଭା ପାଇଲା । ଯାହା ବ୍ରିଟେନ୍ର ମହାରାଣୀମାନେ ପରିଧାନ କରି ଆସୁଛନ୍ତି ସେପଟେ ଭାରତ ସରକାର ମଧ୍ୟ କୋହିନୂର ହୀରାକୁ ଭାରତ ଫେରାଇ ଆଣିବା ପାଇଁ ଏର ନୂଆ ଅଭିଯାନ ଆରମ୍ଭ କରିଛନ୍ତି । ବ୍ରିଟେନ୍, ଭାରତରେ ରାଜୁତି କଲାବେଳେ କୋହିନୂର ହୀରା ସେମତ ଅନ୍ୟାନ୍ନ ବହୁମୂଲ୍ୟ ସାମଗ୍ରୀ ଲୁଟି ନେଇ ବ୍ରିଟେନ ସଂଗ୍ରହାଳୟରେ ରଖିଛନ୍ତି ।

Leave A Reply

Your email address will not be published.