ପାଳଙ୍ଗ ଶାଗର ସ୍ବାସ୍ଥ୍ୟ ଉପକାରିତା

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ପାଳଙ୍ଗ ଶାଗ ରେ ଅନେକ ଭିଟାମିନ୍ ରହିଛି। ଏହାସହିତ ଏହି ଶାଗ ରେ ଅନେକ ଔଷଧୀୟ ଗୁଣ ରହିଛି। ଯାହା ଅନେକ ରୋଗରୁ ଆମକୁ ମୁକ୍ତି ଦେଇଥାଏ। ଅନ୍ୟ ଶାଗ ଭଳି ପାଳଙ୍ଗ ଶାଗକୁ ମଧ୍ୟ ଆପଣ ନିଜ ପସନ୍ଦ ହିସାବରେ ବନେଇ ପାରିବେ।

ଏହି ଶାଗକୁ ଭାଜିକି ଖାଇବା ସହ ଏହାର ପାଳଙ୍ଗ ସୁପ୍‌ ଓ ଜୁସ୍‌ ତିଆରି କରି ପିଇପାରିବେ। ପାଳଙ୍ଗ ଶାଗ ରେ ଆଇରନ୍‌, ଭିଟାମିନ୍‌ ଏ, ଫୋଲେଟ୍‌, ଭିଟାମିନ୍‌ ଇ, ମ୍ୟାଗ୍ନେସିୟମ୍‌, ଫାଇବର୍‌ ଓ ପ୍ରୋଟିନ୍‌ ରହିଛି। ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ, ପାଳଙ୍ଗ ଶାଗରେ ଥିବା ପୋଷକ ତତ୍ତ୍ୱ ଚକ୍ଷୁ ପାଇଁ ଖୁବ୍‌‌ ଉପକାରୀ। ଏହା ଦୃଷ୍ଟି ଶକ୍ତି ବୃଦ୍ଧି କରିବା ସହ ଚକ୍ଷୁକୁ ସୁସ୍ଥ ରଖିଥାଏ। ପାଳଙ୍ଗ ଶାଗରେ ଫାଇବର ଓ ପାଣି ପ୍ରଚୁର ମାତ୍ରାରେ ରହିଛି। ଏହାକୁ ଖାଇବା ଦ୍ୱାରା ଅଧିକ ସମୟ ଯାଏଁ ଭୋକ ଲାଗି ନଥାଏ। ଓଜନ ହ୍ରାସ କରିବାରେ ସହାୟକ ହୋଇଥାଏ।

ପାଳଙ୍ଗ ଶାଗରେ ମାଗ୍ନେସିୟମ, ଆଇରନ ଓ ପୋଟାସିୟମ ରହିଛି। ଏହା ଶରୀରରେ ରକ୍ତର ଅଭାବକୁ ଦୂର କରିଥାଏ। ପାଳଙ୍ଗରେ କ୍ୟାଲସିୟମ ଓ ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଛି। ଏହା ହାଡକୁ ମଜଭୂତ କରିବାରେ ସହାୟକ ହୋଇଥାଏ। ହାଡକୁ ଦୁର୍ବଳ ହେବାରୁ ରକ୍ଷା କରିବା ପାଇଁ ପାଳଙ୍ଗ ଶାଗ ଖାଆନ୍ତୁ। ହୃଦୟକୁ ସୁସ୍ଥ ରଖିବା ପାଇଁ ପାଳଙ୍ଗ ସେବନ କରିବା ଆବଶ୍ୟକ। ଏହା ହୃଦଘାତର ସମ୍ଭାବନା ମଧ୍ୟ କମ୍‌‌ କରିଥାଏ।

Leave A Reply

Your email address will not be published.